ଯଦି ଆପର କୌଣସି ସଦସ୍ୟ ହିଂସା କାଣ୍ଡରେ ଜଡିତ ଅଛନ୍ତି ତେବେ ତାଙ୍କୁ ଦୁଇ ଗୁଣ ଦଣ୍ଡ ପ୍ରଦାନ କରାଯାଉ- କେଜରିୱାଲ
Khabar Odisha:If-any-Aam-Aadmi-Party-person-is-found-guilty-then-that-person-should-be-given-double-the-punishment
ନୂଆଦିଲ୍ଲୀ, ଫେବୃଆରୀ ୨୭ (ଖବର ଓଡ଼ିଶା):

ଉତ୍ତର ପୂର୍ବ ଦିଲ୍ଲୀରେ ସଂଘଟିତ ହୋଇଥିବା ହିଂସାକାଣ୍ଡ ଘଟଣାରେ ସାମ୍ୱାଦିକ ସମ୍ମିଳନୀ କରି ମୁହଁ ଖୋଲିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଦିଲ୍ଲୀ ହିଂସା କାଣ୍ଡ ଘଟଣାରେ ବର୍ତ୍ତମାନ ସୁଦ୍ଧା 36 ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସେହିଭଳି 200 ରୁ ଉର୍ଦ୍ଧ୍ୱ ଲୋକ ଆହାତ ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ ଥିବା ଜଣାପଡିଛି । ହିଂସା କାଣ୍ଡ ଘଟିଥିବା ଅଞ୍ଚଳ ମାନଙ୍କରେ ପରିସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣାଧୀନ ଥିବା ନେଇ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।

ହିଂସା ଘଟଣାରେ ଜଡିତ ଥିବା ନେଇ ଆପ ଦଳର ନେତା ତାହିର ହୁସେନଙ୍କ ନାମ ଆସିବା ପ୍ରଶ୍ନରେ କଡା ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ଯଦି ଆମ ଆଦମୀ ପାର୍ଟିର କୋଣସି ସଦସ୍ୟ ହିଂସା କାଣ୍ଡରେ ଜଡିତ ଅଛନ୍ତି ତେବେ ତାଙ୍କୁ ଦୁଇ ଗୁଣ ଦଣ୍ଡ ପ୍ରଦାନ କରାଯାଉ ।

ସେହିଭଲି ଦିଲ୍ଲୀ ହଂସାକାଣ୍ଡରେ କ୍ଷତିଗ୍ରସ୍ତ ହୋଇଥିବା ଲୋକମାନଙ୍କ ପାଇଁ କ୍ଷତିପୂରଣ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ କେଜରିୱାଲ, ହିଂସାରେ ଘର ଜଳି ଯାଇଥିଲେ 5 ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ମିଳିବ ସେହିଭଳି ଦୋକାନ ଜଳିଯାଇଥିଲେ ମଧ୍ୟ 5 ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ ବୋଲି କେଜରିୱାଲ ଘୋଷଣା କରିଛନ୍ତି ।

ସେହିଭଳି ହିଂସାକାଣ୍ଡରେ ମୃତ୍ୟୁବରଣ କରିଥିବା ସାବାଳକ ପରିବାରକୁ 10 ଲକ୍ଷ ଟଙ୍କା ପ୍ରଦାନ କରାଯିବାକୁ ଥିବା ବେଳେ ନାବାଳକ ମୃତକଙ୍କ ପରିବାରକୁ 5 ଲକ୍ଷ ଟଙ୍କା ପ୍ରଦାନ କରାଯିବ  । ହିଂସାରେ ଗମ୍ଭୀର ଭାବରେ ଆହାତ ହୋଇଥିବା ଲୋକଙ୍କୁ 2 ଲକ୍ଷ ଟଙ୍କା ମିଳିବାକୁ ଥିବା ବଳେ ସାମାନ୍ୟ ଆହାତଙ୍କୁ 20 ହଜାର ଟଙ୍କା ମିଳିବ ବୋଲି କେଜରିୱାଲ ଘୋଷଣା କରିଛନ୍ତି ।

ଏହା ଛଡା ଆହାତ ହୋଇଥିବା କୌଣସି ବ୍ୟକ୍ତି ଯଦି କୌଣସି ପ୍ରାଇଭେଟ ମେଡିକାଲରେ ଚିତ୍କିସାଧୀନ ଥିବେ ତେବେ ତାଙ୍କର ଚିକିତ୍ସାର ସମସ୍ତ ଖର୍ଚ୍ଚ ବହନ କରିବେ ଦିଲ୍ଲୀ ସରକାର । 

  • Tags:

Subscribe

National International State Sports Entertainment