ଘରୋଇ କଳିରୁ ବିଭତ୍ସ ହତ୍ୟାକାଣ୍ଡ, ଦାଦାକୁ ହାଣିଲା ପୁତୁରା
Khabar Odisha:Horrific-murder-in-domestic-dispute-in-Mayurbhanj

ମୟୂରଭଞ୍ଜ, ଅକ୍ଟୋବର ୨୮(ଖବର ଓଡ଼ିଶା): ଘରୋଇ କଳିରୁ ବିଭତ୍ସ ହତ୍ୟାକାଣ୍ଡ । ସାମନ୍ୟ ବଚସାରୁ ନିଜ ଦାଦାକୁ ହାଣିଲା ପୁତୁରା । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଶିମିଳା ଅଞ୍ଚଳରେ ।

ଜମିଜମା ବିବାଦକୁ ନେଇ ଉଭୟ ଦାଦା ଓ ପୁତୁରା ମଧ୍ୟରେ ବଚସା ହୋଇଥିବା ବେଳେ ନିଶାଶକ୍ତ ଅବସ୍ଥାରେ ଥିବା ପୁତୁରା ଡୋରା ମୁଣ୍ଡା ଦାଦା ମାଠ ମୁଣ୍ଡାକୁ ଏକ ଧାରୁଆ ଅସ୍ତ୍ର ସାହାର୍ଯ୍ୟରେ ଆକ୍ରମଣ କରି ହତ୍ୟା କରିଛି ।

ତେବେ ଏହି ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହିତ ହତ୍ୟାକାରୀ ପୁତୁରା ଡୋରା ମୁଣ୍ଡାକୁ ଅଟକ ରଖି ପଚରା ଉଚରା କରୁଛି ।

  • Tags:

Subscribe

National International State Sports Entertainment