କାନପୁର, ଜୁଲାଇ ୦୨ (ଖବର ଓଡ଼ିଶା): ଉତ୍ତର ପ୍ରଦେଶର କାନପୁରରେ ଗତ ୩ ତାରିଖରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ପୋଲିସ କମିଶନର ବିଜୟ ସିଂହ ମୀନା ୩ ଜଣ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି । ୨ ଜଣଙ୍କୁ ନିଲମ୍ବିତ କରିଥିବା ବେଳେ ଅନ୍ୟ ଜଣଙ୍କୁ ଲାଇନ୍ ହାଜିର ନୋଟିସ ଜାରି କରିଛନ୍ତି । ବେଗମଗଂଜ ଥାନା ଅଧିକାରୀ ନୱାବ ଅହମଦ ଓ ବଜରିଆ ଥାନା ଆଇଆଇସି ସନ୍ତୋଷ ସିଂହଙ୍କୁ ନିଲମ୍ବନ କରିଥିବା ବେଳେ ଚମନଗଂଜ ଥାନା ଅଧିକାରୀ ଜୈନେନ୍ଦ୍ର ସିଂହଙ୍କୁ ଲାଇନ୍ ହାଜିର କରିଛନ୍ତି ।
ବେକନଗଂଜ ଅଞ୍ଚଳରୁ ଶୋଭାଯାତ୍ରା ଆରମ୍ଭ ହୋଇଥିଲା ଏବଂ ଏହାକୁ ନେଇ ଉତ୍ତେଜନା ଦେଖାଯାଇଥିଲା । ବଜରିଆ ଅଞ୍ଚଳରେ ହୋଇଥିବା ହିଂସାକାଣ୍ଡର ଅଭିଯୁକ୍ତ ବାବା ବିରିୟାନୀ ରେଷ୍ଟୁରାଣ୍ଟର ମାଲିକ ମୁଖତାର । ସେହିପରି ଚମନଗଂଜରେ ଜାଫର ହୟାତଙ୍କ ଘର । ପୋଲିସ କହିବା ଅନୁସାରେ ପଥରମାଡ଼ କରିଥିବା ଯୁବକମାନେ ମଧ୍ୟ ଏହି ଥାନା ଅଞ୍ଚଳର ଥିଲେ ।
ସୂଚନାଯୋଗ୍ୟ, କାନପୁରରେ ମୁସଲିମ ସଂଗଠନ ଗତ ୩ ତାରିଖରେ ବନ୍ଦ ଡାକରା ଦେଇଥିଲେ । ମୁସଲିମ ସଂଗଠନ ନୂପୁର ଶର୍ମାଙ୍କ ବୟାନକୁ ନେଇ ବିରୋଧ ପ୍ରଦର୍ଶନ କରିଥିଲେ । ଏହି ପ୍ରଦର୍ଶନ ସମୟରେ ହିଂସା ଦେଖାଯାଇଥିଲା । ପୋଲିସ ୧୪୭ ଘର ଉପରେ ପଥରମାଡ଼ ହୋଇଥିବା ଚିହ୍ନଟ କରିଥିଲା । ପୋଲିସ ସିସିଟିଭି ଆଧାରରେ ତଦନ୍ତ ପ୍ରକ୍ରିୟା ଆଗକୁ ବଢ଼ାଇଛି । କାନପୁର ହିଂସା ମାମଲାରେ ପୋଲିସ ମୁଖ୍ୟ ଷଡ଼ଯନ୍ତ୍ରକାରୀ ହୟାତ ଜାଫର ହାଶମୀଙ୍କ ସମେତ ୫୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଗିରଫ କରିଥିଲା ।