ନୂଆଦିଲ୍ଲୀ, ନଭେମ୍ବର ୨୪ (ଖବର ଓଡ଼ିଶା):
ଦିଲ୍ଲୀରେ ଭୟଙ୍କର ଭାବେ ବିପର୍ଯ୍ୟୟ ସୃଷ୍ଟି କରିଛି ମହାମାରୀ କରୋନା । ଦିଲ୍ଲୀରେ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି ମହାମାରୀ କରୋନାର ମୃତ୍ୟୁ ସଂଖ୍ୟା । ଏହି ସଂଖ୍ୟା ଏପର୍ଯ୍ୟନ୍ତ ସର୍ବାଧିକ ମୃତ୍ୟୁ ସଂଖ୍ୟା ଅଟେ । ଗତ 5 ମାସ ମଧ୍ୟରୁ କୌଣସି ଗୋଟିଏ ମାସ ଏଭଳି ନଥିଲେ ଯେଉଁ ମାସରେ କରୋନା ରୋଗୀଙ୍କ ମୃତ୍ୟୁ ଘଟିନଥିଲା ହେଲେ ଚଳିତ ନଭେମ୍ୱର ମାସ କରୋନା ରୋଗୀଙ୍କ ପାଇଁ ଏକ ଦୁଃସ୍ୱପ୍ନ ପାଲଟିଛି । ଗତ 4 ଦିନ ଧରି ଦିଲ୍ଲୀରେ କରୋନା ଯୋଗୁଁ ପ୍ରତିଦିନ 100 ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଗତ 24 ଘଣ୍ଟା ମଧ୍ୟରେ କେବଳ 121 ଜଣଙ୍କର ମୃତ୍ୟୁ ହୋଇଛି ।
ଦିଲ୍ଲୀରେ କରୋନା ଯୋଗୁଁ ବର୍ତ୍ତମାନ ସୁଦ୍ଧା 8512 ଜଣଙ୍କର ମୃତ୍ୟୁ ଘଟିସାରିଲାଣି ।
ଜୁଲାଇରେ - 1221
ଅଗଷ୍ଟରେ - 481
ସେପ୍ଟେମ୍ବରରେ 917
ଅକ୍ଟୋବରରେ - 1150
ନଭେମ୍ବରରେ (23 ପର୍ଯ୍ୟନ୍ତ) - 2001