ଚରଣଜିତ ସିଂ ଚାନ୍ନି ହେବେ ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ-କଂଗ୍ରେସ
Khabar Odisha:Charanjit-Singh-Channi-will-be-the-next-Chief-Minister-Congress-of-Punjab

ନୁଆଦିଲ୍ଲୀ, ସେପ୍ଟେମ୍ବର ୧୯(ଖବର ଓଡିଶା): କ୍ୟାପଟେନ ଅମରିନ୍ଦର ସିଂ ଇସ୍ତଫା ଦେବାର ଗୋଟିଏ ଦିନ ପରେ ଚରଣଜିତ ସିଂ ଚାନ୍ନି ପରବର୍ତ୍ତୀ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବରେ ମନୋନୀତ ହୋଇଛନ୍ତି । ଏନେଇ ବିଧାୟକ ଦଳ ବୈଠକରେ ନିଷ୍ପତି ହୋଇଛି । ତେବେ ସେ ପଞ୍ଜାବର ପ୍ରଥମ ଦଳିତ ନେତା ଯିଏକି ମୁଖ୍ୟମନ୍ତ୍ରୀ ହେବେ। କଂଗ୍ରେସର ପଞ୍ଜାବ ପ୍ରଭାରୀ ହରିଶ ରାୱତ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ “ଏହା ଘୋଷଣା କରିବା ମୋତେ ବହୁତ ଆନନ୍ଦ ଦେଇଥାଏ କି ପଞ୍ଜାବର କଂଗ୍ରେସ ବିଧାନସଭା ଦଳର ନେତା ଭାବରେ ଚରଣଜିତ ସିଙ୍ଗ ଚାନ୍ନି ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି’’ ।

pic.twitter.com/iboTOvavPd

ଏହାପୂର୍ବରୁ ପଞ୍ଜାବ ପ୍ରଦେଶର ପୂର୍ବତନ କଂଗ୍ରେସ କମିଟି ସଭାପତି ସୁନୀଲ ଜାଖରଙ୍କୁ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତ କରିବାକୁ କଂଗ୍ରେସ ହାଇ କମାଣ୍ଡର ଯୋଜନାକୁ ଦୃଢ ପ୍ରତିରୋଧ କରାଯାଇଥିଲା। ସୂତ୍ରରୁ ପ୍ରକାଶ ଯେ ରାଜ୍ୟର ସମସ୍ତ ସାଂସଦ ମିଳିତ ଭାବେ ନେତୃତ୍ୱଙ୍କୁ ଜଣାଇଛନ୍ତି ଯେ ସେମାନେ ଜାଖରଙ୍କୁ ଗ୍ରହଣ କରିବେ ନାହିଁ।

ଶନିବାର ଦିନ ଅମରିନ୍ଦର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର କିଛି ଘଣ୍ଟା ପୂର୍ବରୁ ସେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଗତ ୫ ମାସର ରାଜନୈତିକ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଥିଲେ। ରାଜ୍ୟ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ବିରୋଧରେ ଅମରିନ୍ଦର ସିଂଙ୍କ ଅଭିଯୋଗ କରି ତାଙ୍କୁ ଜଣେ ଦେଶ ଦ୍ରୋହି କହିବା ସହିତ ସେ ମୁଖ୍ୟମନ୍ତ୍ରୀ ହେଲେ ପଞ୍ଜାବକୁ ଧ୍ୱଂସ କରିଦେବେ ବୋଲି କହିଥିଲେ ।

  • Tags:

Subscribe

National International State Sports Entertainment