ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ତୀବ୍ରତର ହୋଇଛି। ଗତ ୧୩ ଦିନ ଭିତରେ ଆମେରିକା ଏବଂ ଇସ୍ରାଏଲ ମିଳିତ ଭାବେ ଇରାନ ଉପରେ ଆକ୍ରମଣ ଜାରି ରଖିଛନ୍ତି। ଇରାନ ମଧ୍ୟ ଇସ୍ରାଏଲ, ଆମେରିକା ସମେତ ଉପସାଗରୀୟ ଦେଶଗୁଡ଼ିକରେ ତାଣ୍ଡବ ଲୀଳା ଜାରି ରଖିଛନ୍ତି।
ଯୁଦ୍ଧ ଯୋଗୁଁ ବିଶ୍ବରେ ଏକ ଅଶାନ୍ତି ଓ ଜରୁରୀକାଳୀନ ଭଳି ପରିସ୍ଥିତି ଦେଖାଯାଇଛି। ବିଶେଷ ଭାବେ ଧନ-ଜୀବନ ନଷ୍ଟ ହେଉଥିବା ବେଳେ ବିଶ୍ବର କୋଟି କୋଟି ଲୋକ ପ୍ରଭାବିତ ହେଉଛନ୍ତି। ଯୁଦ୍ଧ ଯୋଗୁଁ ମଧ୍ୟପ୍ରାଚ୍ୟକୁ ବିମାନ ସେବା ସଂକୋଚ କରିଦିଆଯାଇଛି। ଏହାରି ମଧ୍ୟରେ ଏୟାର ଇଣ୍ଡିଆ ବଡ଼ ଘୋଷଣା କରିଛି।
ଗୁରୁବାର ଦିନ ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ମଧ୍ୟପ୍ରାଚ୍ୟକୁ ୫୮ଟି ବିମାନ ଚଳାଚଳ କରିବ। ନିୟମିତ ଏବଂ ସ୍ୱତନ୍ତ୍ର ବିମାନ ମଧ୍ୟପ୍ରାଚ୍ୟକୁ ଉଡ଼ିବ। ମୁମ୍ବାଇ ଏବଂ କୋଝିକୋଡରୁ ସାଉଦି ଆରବର ରିୟାଦକୁ ମଧ୍ୟ ସ୍ୱତନ୍ତ୍ର ବିମାନ ଚଳାଚଳ କରିବ। ଜେଦ୍ଦା ଏବଂ ମସ୍କଟକୁ ନିୟମିତ ସେବା ଜାରି ରହିବ। ଏହା ସହିତ, ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ସାଉଦି ଆରବକୁ ପ୍ରାୟ ୪୦ଟି ଅତିରିକ୍ତ ବିମାନ ଚଳାଚଳ କରାଯିବ। ଯେଉଁ ଯାତ୍ରୀମାନଙ୍କର ବିମାନ ପ୍ରଭାବିତ ହୋଇଛି ସେମାନଙ୍କୁ ବିମାନ କମ୍ପାନିଗୁଡ଼ିକ ପରାମର୍ଶ ଦେଇଛନ୍ତି ଯେ ସେମାନେ ସେମାନଙ୍କର ଯାତ୍ରା ତାରିଖ ପୁନଃନିର୍ଦ୍ଧାରିତ କରିପାରିବେ କିମ୍ବା ଅତିରିକ୍ତ ଶୁଳ୍କ ବିନା ସମ୍ପୂର୍ଣ୍ଣ ଫେରସ୍ତ ପାଇପାରିବେ।
ଅଧିକ ପଢ଼ନ୍ତୁ: ଭିଡିଓ ସାମ୍ନାକୁ ଆସିଲା, କ’ଣ କହିଲେ ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ?