ଭୁବନେଶ୍ଵର ମହାନଗରର ନୀଗମରେ ଗତ 24 ଘଣ୍ଟାରେ 568 ସଂକ୍ରମିତ ଚିହ୍ନଟ,1135 ସୁସ୍ଥ
Khabar Odisha:568-more-new-covid-infected-identified-in-bhubaneswar-in-last-24-Hour

ଭୁବନେଶ୍ୱର, ଜୁନ୍ 10(ଖବର ଓଡ଼ିଶା): ଗତ ୨୪ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ମହାନଗର ନୀଗମରେ 568 ନୁଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ସଂକ୍ରମିତ ଚିହ୍ନଟ ହୋଇଥିବା 568ଙ୍କ ମଧ୍ୟରୁ 447ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ଏବଂ 100 ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି ।

ଗତ ୨୪ ଘଣ୍ଟାର 568 ନୁଆ ସଂକ୍ରମଣକୁ ମିଶାଇ ରାଜଧାନୀରେ ସକ୍ରିୟ ସଂକ୍ରମଣ ସଂଖ୍ୟା ଏବେ 6057ରେ ପହଁଚିଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା 82,685 ରେ ପହଁଚିଛି । ଏହା ସହିତ ଶେଷ ୨୪ଘଣ୍ଟାରେ 1135 ଜଣ ସୁସ୍ଥ ହୋଇଛନ୍ତି, ଏହାକୁ ମିଶାଇ ଏ ପର୍ଯ୍ୟନ୍ତ ମୋଟ 76,238ରେ ପହଁଚିଛି । ତେବେ ଗତ ୨୪ଘଣ୍ଟା ଭିତରେ ଚାରି ଜଣଙ୍କର ମୃତ୍ୟୁ ଘଟି ରାଜଧାନୀରେ କରୋନାରେ ମୃତକଙ୍କ ସଂଖ୍ୟା 369 ରେ ପହଁଚିଛି।

  • Tags:

Subscribe

National International State Sports Entertainment