ଦେଶରେ ଜାରି ରହିଛି କରୋନା ଆତଙ୍କ, ଗତ 24 ଘଣ୍ଟା ମଧ୍ୟରେ 52,509 ନୂତନ କରୋନା ରୋଗୀ ଚିହ୍ନଟ,857 ଜଣଙ୍କର ମୃତ୍ୟୁ
Khabar Odisha:52509-patients-of-Corona-found-in-24-hours-857-people-killed-cases-exceeded-19-lakhs-in-the-country
ନୂଆଦିଲ୍ଲୀ, ଅଗଷ୍ଟ ୦୫ (ଖବର ଓଡ଼ିଶା):

ମଙ୍ଗଳବାର ଦିନ ଦେଶରେ କରୋନାଭାଇରସ୍ କେସ୍ ସଂଖ୍ୟା 19 ଲକ୍ଷ ଅତିକ୍ରମ କରିଛି । ମାତ୍ର ଦୁଇ ଦିନ ମଧ୍ୟରେ ଦେଶରେ ଏକ ଲକ୍ଷ ନୂତନ ରୋଗୀ ବୃଦ୍ଧି ପାଇଛନ୍ତି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 52 ହଜାର 509 ଜଣ ନୂତନ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ 857 ଜଣଙ୍କର ମୃତ୍ୟୁ ଘଟିଛି । ସେହିଭଳି ଗତ 24 ଘଣ୍ଟା ମଧ୍ୟରେ 51 ହଜାର 220 ଜଣ ଲୋକ ସୁସ୍ଥ ହୋଇଛନ୍ତି। ଯଦି ଆମେ ଏହି ପରିସଂଖ୍ୟାନକୁ ଦେଖିବା, ତେବେ ଦେଶରେ ବର୍ତ୍ତମାନ ପ୍ରତି 10 ଲକ୍ଷ ଜନସଂଖ୍ୟାରେ 1,377 ଜଣ ଲୋକ ପଜଟିଭ ଚିହ୍ନଟ ହେଉଛନ୍ତି | ବର୍ତ୍ତମାନ ଦେଶରେ 19 ଲକ୍ଷ 6 ହଜାର 613 ଜଣ କରୋନା ରୋଗୀ ଚିହ୍ନଟ ହୋଇସାରିଲେଣି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସର୍ବଶେଷ ସୂଚନା ଅନୁଯାୟୀ ଦେଶରେ ବର୍ତ୍ତମାନ 5 ଲକ୍ଷ 86 ହଜାର 244 ଜଣ ସକ୍ରିୟ କରୋନା ରୋଗୀ ବିଭିନ୍ନ ହସପିଟାଲରେ ଚିତ୍କିସିତ ହେଉଛନ୍ତି । ଏପର୍ଯ୍ୟନ୍ତ ଦେଶରେ 39 ହଜାର 795 ଜଣ ଲୋକ କରୋନା ଦ୍ୱାରା ପ୍ରାଣ ହରାଇଛନ୍ତି । ଏହା ସହ ଦେଶବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ହେଉଛି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ 12 ଲକ୍ଷ 82 ହଜାର 215 ଲୋକ ଏହି ଜୀବାଣୁ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି ।

  • Tags:

Subscribe

National International State Sports Entertainment