ଭୁବନେଶ୍ୱର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଭୁବନେଶ୍ୱର, କଟକ, ପୁରୀ, ସମ୍ବଲପୁର, ଢେଙ୍କାନାଳ ଓ କେନ୍ଦୁଝର ଲୋକସଭା କ୍ଷେତ୍ର ଏବଂ ଏହାରି ଅଧୀନ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ। ତେବେ ଦିନ ୧୧ଟା ସୁଦ୍ଧା ୨୧.୩୨ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି।
ଦିନ ୧୧ଟା ସୁଦ୍ଧା ଭୁବନେଶ୍ୱରରେ ୨୦.୭୨ ପ୍ରତିଶତ ଭୋଟିଂ ହୋଇଛି। କଟକରେ ୨୦.୪୭, ଢେଙ୍କାନାଳରେ ୨୨.୪୧, କେନ୍ଦୁଝରରେ ୨୦.୮୯, ପୁରୀରେ ୨୧.୫୧ ଓ ସମ୍ବଲପୁରରେ ୨୧.୮୯ ପ୍ରତିଶତ ମତଦାନ ଦେଇସାରିଛନ୍ତି।
ଜିଲ୍ଲାୱାରୀ ଦେଖିବାକୁ ଗଲେ ଦେବଗଡ଼ରେ ଏବେ ସୁଦ୍ଧା ସର୍ବାଧିକ ମତଦାନ ହୋଇଛି। ଏଠାରେ ସର୍ବାଧିକ ୨୪% ମତଦାନ ହୋଇଛି। ସେହିଭଳି ଢେଙ୍କାନାଳରେ ୨୦.୯୨%, କେଉଁଝରରେ ୨୦.୮୪%, ଖୋର୍ଦ୍ଧାରେ ୨୧.୬୧%, ନୟାଗଡରେ ୧୯.୩୦%, ପୁରୀରେ ୨୧.୬୪% ଓ ସମ୍ବଲପୁରରେ ୨୨.୪୯% ମତଦାନ ହୋଇଛି।
କଡ଼ା ସୁରକ୍ଷା ଭିତରେ ମତଦାନ ଜାରି ଥିବା ବେଳେ ଏହି ପର୍ଯ୍ୟାୟରେ ମତଦାତା ଉତ୍ସାହିତ ଦେଖାଯାଇଛି। ମତଦାନ କେନ୍ଦ୍ରଗୁଡ଼ିକରେ ଲମ୍ବା ଲାଇନ୍ ଲଗାଇଛନ୍ତି।