ଓଡ଼ିଶା ପାଇଁ ଖୁସି ଖବର, ରାଜ୍ୟରେ ସୁସ୍ଥ ହେଲେ ଆଉ ୨୦୩ ଜଣ କରୋନା ଆକ୍ରାନ୍ତ
Khabar Odisha:203-Corona-patient-cured-in-Odisha
ଭୁବନେଶ୍ୱର, ଜୁନ 29 ( ଖବର ଓଡ଼ିଶା):

 ଓଡ଼ିଶା ପାଇଁ ଖୁସି ଖବର । ଆଜି ରାଜ୍ୟରେ ଆଉ ୨୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନରେ ଆଜି ସର୍ବାଧିକ ସୁସ୍ଥ ହୋଇଥିବା ବେଳେ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା  ୪ ହଜାର ୯୪୬ ଛୁଇଁଛି ।

ଆଜି କରୋନାରୁ ସୁସ୍ଥ ହୋଇଥିବା ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୬୦ ଆକ୍ରାନ୍ତ ସୁସ୍ଥ ହେଲେ। ଗଜପତିରୁ ୨୦, ଖୋର୍ଦ୍ଧାରୁ ୧୯, କଟକରୁ ୧୮, ଭଦ୍ରକ ୧୪, କେନ୍ଦୁଝର ୧୩, ନୟାଗଡ଼ରୁ ୧୨ ସୁସ୍ଥ ହୋଇଛନ୍ତି। ମୟୂରଭଂଜ ୧୦, ଯାଜପୁର ୯, ବାଲେଶ୍ୱରରୁ ୮, କେନ୍ଦ୍ରାପଡ଼ା ୭, ଅନୁଗୁଳ ୪, ଢେଙ୍କାନାଳରୁ ୩ ସୁସ୍ଥ ହୋଇଛନ୍ତି। ବଲାଙ୍ଗିର ଓ ଜଗତସିଂହପୁରରୁ ୨ ଜଣ ଲେଖାଏଁ, ଦେବଗଡ଼ରୁ ଜଣେ ଓ ସୁନ୍ଦରଗଡ଼ରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପଟେ ଆଜି ସକାଳେ ଚିହ୍ନଟ ୨୪୫ ଜଣ ନୂଆ ଆକ୍ରାନ୍ତ ଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ୮୫୯ କୁ ବୃଦ୍ଧି ପାଇଛି । କରୋନାରେ ୨୩ ଜଣଙ୍କ ମୃତ୍ୟୁ ଘଟିଛି।

  • Tags:

Subscribe

National International State Sports Entertainment