ମେରଠ: ଉତ୍ତର ପ୍ରଦେଶର ମେରଠରେ ଶନିବାର ଏକ ତିନି ମହଲା କୋଠା ଭୁଶୁଡ଼ି ପଡ଼ିବା ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ଭଗ୍ନାବଶେଷରୁ ଉଦ୍ଧାର ଆହତମାନଙ୍କ ଚିକିତ୍ସା ପାଇଁ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ପଶୁମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ମଧ୍ୟ ପ୍ରୟାସ ଜାରି ରହିଛି।
ମେରଠ ଜିଲ୍ଲାପାଳ ଦୀପକ ମୀନା କହିଛନ୍ତି ଯେ ଦୁର୍ଘଟଣା ସମୟରେ ଘରେ ଅତି କମରେ ୧୫ ଜଣ ଉପସ୍ଥିତ ଥିଲେ। ଦୁର୍ଘଟଣା ସମୟରେ ଭଗ୍ନାବଶେଷ ତଳେ ଫସି ରହିଥିବା ସମସ୍ତ ଲୋକଙ୍କୁ ଉଦ୍ଧାର କରାଯାଇଛି। ରବିବାର ସକାଳେ ୫ ଜଣଙ୍କୁ ଭଗ୍ନାବଶେଷରୁ ବାହାର କରାଯାଇଛି। ଲୋକଙ୍କୁ ଉଦ୍ଧାର କରାଯିବା ପରେ ଜୀବଜନ୍ତୁଙ୍କୁ ଉଦ୍ଧାର କରାଯାଉଛି।
ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏନଡିଆରଏଫ) ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏସଡିଆରଏଫ)ର ଟିମ୍ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।
ମେରଠ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅବଗତ ହୋଇଛନ୍ତି। ସେ ଅଧିକାରୀମାନଙ୍କୁ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଆହତମାନଙ୍କ ଚିକିତ୍ସା ବନ୍ଦୋବସ୍ତ କରିବା ପାଇଁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଉଦ୍ଧାରକାରୀ ଟିମ୍ ସେମାନଙ୍କର କାମ ଜାରି ରଖିଛନ୍ତି।
ଅଧିକ ପଢ଼ନ୍ତୁ: ମେରଠରେ ଭୁଶୁଡ଼ିଲା ୩ ମହଲା କୋଠା