Home >
ଆଜିଠୁ ସ୍ପୋର୍ଟ୍ସ ଇନୋଭେସନ୍ ଫେଷ୍ଟିଭାଲ୍ ଆରମ୍ଭ, ଉଦଘାଟନ କଲେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା
Khabar Odisha:State-Odisha-Sports-Innovation-Festival-Inagruated
ଭୁବନେଶ୍ଵର, ଜାନୁଆରୀ ୧୮ (ଖବର ଓଡ଼ିଶା):

କଳିଙ୍ଗ ଷ୍ଟାଡ଼ିଅମରେ ଆଜିଠୁ ଆରମ୍ଭ ହୋଇଛି ସ୍ପୋର୍ଟ୍ସ ଇନୋଭେସନ ଫେଷ୍ଟିଭାଲ୍ । ୨ ଦିନିଆ ଫେଷ୍ଟିଭାଲକୁ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଉଦଘାଟନ କରିଛନ୍ତି । 

କଳିଙ୍ଗ ଷ୍ଟାଡିଅମରେ ଆରମ୍ଭ ହୋଇଥିବା ୨ ଦିନିଆ ସ୍ପୋର୍ଟ୍ସ ଇନୋଭେସନ ଫେଷ୍ଟିଭାଲକୁ ଉଦ୍‌ଘାଟନକୁ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଉଦଘାଟନ କରିଛନ୍ତି ।  ହକି ପ୍ରମୋସନ ଅଧ୍ୟକ୍ଷ ଦିଲ୍ଲୀପ ତିର୍କୀ, ହକି ଇଣ୍ଡିଆ ସିଇଓ ଏଲିନା ନର୍ମାନ୍ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଓଡ଼ିଶାରେ ହକି ମ୍ୟାଚକୁ ଅଧିକ ଉଚ୍ଚ ସ୍ଥାନକୁ ନେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପ୍ରୟାସ ଜାରି କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ସେଠାରେ ଉପସ୍ଥିତ ବ୍ୟକ୍ତିବିଶେଷଙ୍କୁ ସମ୍ଭୋଧନ କରିଛନ୍ତି ମନ୍ତ୍ରୀ ତୁଷାର କାନ୍ତି ବେହେରା । ଅନଲାଇନ ପେମେଣ୍ଟ ଆପରେ ଦିନକୁ ଦିନ ବଢୁଥିବା ଠକେଇ ଉପରେ ସେ କହିଛନ୍ତି ଯେ,   ସୋସିଆଲ୍ ମିଡିଆ ଓ ଅନଲାଇନ୍ ଠକଙ୍କୁ ଧରିବା ସହଜ ନୁହେଁ, ଏଥିଲାଗି ସରକାରୀ ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଛି ।  ସାଇବର ନିରାପତ୍ତା ବ୍ୟବସ୍ଥାରେ ଚିହ୍ନଟ ଅପରାଧୀ ହେବେ । ଏହାପରେ ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

  • Tags:

Subscribe

National International State Sports Entertainment