କରୋନା: ଭାରତୀୟଙ୍କୁ ଆଶ୍ବସ୍ତି, ବ୍ରିଟେନ୍‌-ଋଷିଆ ସମେତ ବିଦେଶରେ ସଂକ୍ରମଣ ସକ୍ରିୟ
Khabar Odisha:International-More-than-27000-corona-positive-in-single-day-in-America

ନୂଆଦିଲ୍ଲୀ, ନଭେମ୍ବର ୨୨ (ଖବର ଓଡ଼ିଶା): କରୋନା ଭାଇରସ୍‌ ମହାମାରୀ ଭାରତରେ ନିୟନ୍ତ୍ରିତ ରହିଛି। ଦେଶରେ କରୋନା ସଂକ୍ରମଣ ପୂର୍ବଭଳି ନାହିଁ। ଫଳରେ କୋଭିଡ-୧୯ କଟକଣାରେ ଅଧିକାଂଶ କ୍ଷେତ୍ରରେ କୋହଳ କରିଦିଆଯାଇଛି। କିନ୍ତୁ ବ୍ରିଟେନ୍‌, ଋଷିଆ ସମେତ ଆମେରିକା ଓ ଜର୍ମାନୀରେ ଅଧିକ ସକ୍ରିୟ ରହିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାବାସୀଙ୍କୁ କରୋନା ଭାଇରସ ମହାମାରୀ ସାମାନ୍ୟ ଆଶ୍ବସ୍ତି ଦେଇଛି। ଏହି ସମୟ ମଧ୍ୟରେ ୨୭ ହଜାର ୪୧୦ ଜଣ ଲୋକ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୨୦ ହଜାର ୬୪ ଜଣ କରୋନାରୁ ସୁସ୍ଥ ହୋଇଥିଲା ବେଳେ ୯୬ ଜଣଙ୍କର ମୃତ୍ୟୁ ହୋଇଛି। କିନ୍ତୁ ୨୪ ଘଣ୍ଟା ମଧ୍ୟରେ ବ୍ରିଟେନ୍‌ରେ ୪୦ହଜାର ୪ ଜଣ, ଋଷିଆରେ ୩୬ ହଜାର ୯୭୦ଜଣ, ତୁର୍କୀରେ ୨୧ହଜାର ୧୭୭ଜଣ ଓ ଜର୍ମାନୀରେ ୩୬ ହଜାର ୮୬୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।  

ଆମେରିକାରେ ଏଯାଏଁ ୪ କୋଟି ୮୫ ଲକ୍ଷ ୯୨ ହଜାର ୭୩୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩ କୋଟି ୮୪ ଲକ୍ଷ ୬୨ ହଜାର ୯୧୬ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ୭ ଲକ୍ଷ ୯୩ ହଜାର ୬୫୧ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେ‌ଳେ ୯୩ ଲକ୍ଷ ୩୬ ହଜାର ୧୬୯ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଏଥିରୁ ୧୨ ହଜାର ୩୨୯ ଜଣଙ୍କର ଅବସ୍ଥା ଗୁରୁତର ରହିଛି।  

  

 

  • Tags:

Subscribe

National International State Sports Entertainment