ବିଶ୍ୱରେ ୧୧ ଲକ୍ଷ ଟପିଲା କରୋନା ମୃତକଙ୍କ ସଂଖ୍ୟା, ୩.୯୧ କୋଟି ଲୋକ ଆକ୍ରାନ୍ତ
Khabar Odisha:International-Corona-virus-death-toll-reaches-11-2-lakh-391-crore-people-detected-in-world-wide

ନୂଆଦିଲ୍ଲୀ, ଅକ୍ଟୋବର ୧୬ (ଖବର ଓଡ଼ିଶା): କୋଭିଡ-୧୯ ଯୋଗୁଁ ବିଶ୍ୱରେ ଶୁକ୍ରବାର ସକାଳ ସାଢ଼େ ୬ଟା ସୁଦ୍ଧା ୧୧ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି । କରୋନା ଭାଇରସ ସଂକ୍ରମଣରେ ୩ କୋଟି ୯୧ ଲକ୍ଷ ୫୧ ହଜାର ୧୪୪ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୧୧ ଲକ୍ଷ ୨ ହଜାର ୪୧୮ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୨ କୋଟି ୯୩ ଲକ୍ଷ ୬୯ ହଜାର ୭୭୨ ଜଣ ସୁସ୍ଥ ହୋଇଥିବା ବେଳେ ୮୬ ଲକ୍ଷ ୭୮ ହଜାର ୯୫୪ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୭୦ ହଜାର ୮୫୬ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

ଯୁକ୍ତରାଷ୍ଟ୍ର ଆମେରିକାରେ ୮୨ ଲକ୍ଷ ୧୫ ହଜାର ୧୯୯ ଜଣ ସଂକ୍ରମିତ ହୋଇଥିବା ବେଳେ ୨ ଲକ୍ଷ ୨୨ ହଜାର ୭୧୨ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୫୩ ଲକ୍ଷ ୧୯ ହଜାର ୪୨୧ ଜଣ ସୁସ୍ଥ ହୋଇଥିବା ବେଳେ ୨୬ ଲକ୍ଷ ୭୩ ହଜାର ୬୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୫ ହଜାର ୨୪୧ ଜଣ ଗୁରୁତର ଅଛନ୍ତି ।

କେଉଁ ଦେଶରେ କରୋନାର ସ୍ଥିତି କେମିତି

ଭାରତ: ୭୩ ଲକ୍ଷ ୭ ହଜାର ୯୭ ସଂକ୍ରମିତ, ୧ ଲକ୍ଷ ୧୧ ହଜାର ୨୬୬ ମୃତ 

ବ୍ରାଜିଲ: ୫୧ ଲକ୍ଷ ୭୦ ହଜାର ୯୯୬ ସଂକ୍ରମିତ, ୧ ଲକ୍ଷ ୫୨ ହଜାର ୫୧୩ ମୃତ

ଋଷିଆ: ୧୩ ଲକ୍ଷ ୫୪ ହଜାର ୧୬୩ ସଂକ୍ରମିତ, ୨୩ ହଜାର ୪୯୧ ମୃତ

ସ୍ପେନ: ୯ ଲକ୍ଷ ୭୨ ହଜାର ୯୫୮ ସଂକ୍ରମିତ, ୩୩ ହଜାର ୫୫୩ ମୃତ 

ଆର୍ଜେଣ୍ଟିନା: ୯ ଲକ୍ଷ ୪୯ ହଜାର ୬୩ ସଂକ୍ରମିତ, ୨୫ ହଜାର ୩୪୨ ମୃତ

କଲମ୍ବିଆ: ୯ ଲକ୍ଷ ୩୬ ହଜାର ୯୮୨ ସଂକ୍ରମିତ, ୨୮ ହଜାର ୪୫୭ ମୃତ 

ପେରୁ: ୮ ଲକ୍ଷ ୫୯ ହଜାର ୭୪୦ ସଂକ୍ରମିତ, ୩୩ ହଜାର ୫୭୭ ମୃତ

ମେକ୍ସିକୋ: ୮ ଲକ୍ଷ ୨୯ ହଜାର ୩୯୬ ସଂକ୍ରମିତ, ୮୪ ହଜାର ୮୯୮ ମୃତ

ଫ୍ରାନ୍ସ: ୮ ଲକ୍ଷ ୯ ହଜାର ୬୮୪ ସଂକ୍ରମିତ,୩୩ ହଜାର ୧୨୫ ମୃତ

ପାକିସ୍ତାନ: ୩ ଲକ୍ଷ ୨୧ ହଜାର ୨୧୮ ସଂକ୍ରମିତ, ୬ ହଜାର ୬୧୪ ମୃତ 

 

  • Tags:

Subscribe

National International State Sports Entertainment