କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସହାୟତା ମାଗିଲେ ଡୋନାଲ୍ଡ ଟ୍ରମ୍ପ
Khabar Odisha:International-US-President-help-PM-Modi-for-fight-against-coronavirus-more-than-3lakh-people-effect-in-USA

ୱାଶିଂଟନ, ଏପ୍ରିଲ ୦୫ (ଖବର ଓଡ଼ିଶା): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ସହାୟତା ମାଗିଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ଟେବଲେଟ୍ସ ପାଇଁ ଅନୁରୋଧ କରିଛନ୍ତି । ଏଥି ସହ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆମେରିକା ପାଇଁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ଶୀଘ୍ର ଯୋଗାଇବାକୁ କହିଛନ୍ତି । 

ଏକ ସାମ୍ବାଦିକ ସମ୍ମିଳନୀରେ ଦେଶବାସୀଙ୍କୁ ଟ୍ରମ୍ପ କହିଛନ୍ତି କରୋନା ମୁକାବିଲା ପାଇଁ ଆମେ ଯଥା ସମ୍ଭବ ପ୍ରୟାସ କରୁଛୁ । କରୋନା ଯୁଦ୍ଧରେ ବିଜୟୀ ହେବା ପାଇଁ ସମସ୍ତ ପ୍ରକାରର ଉଦ୍ୟମ ଜାରି ରହିବ । ଟ୍ରମ୍ପ ଡାକ୍ତର, ନର୍ସ, ମେଡିକାଲ କର୍ମଚାରୀ ଓ ଖାଦ୍ୟ ଯୋଗାଉଥିବା କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥି ସହିତ ସେ କହିଛନ୍ତି କରୋନା ବିରୋଧରେ ଲଢ଼ିବା ପାଇଁ ଆମକୁ ମିଳିତ ଭାବେ କାମ କରିବାକୁ ପଡ଼ିବ । 

ସୂଚନାଯୋଗ୍ୟ, ଆମେରିକାରେ ରବିବାର ସକାଳ ୭ଟା ସୁଦ୍ଧା ୩ ଲକ୍ଷ ୧୧ ହଜାର ୩୫୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରୁ ୮ ହଜାର ୪୫୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ହଜାର ୮୨୫ ଜଣ ଭଲ ହୋଇଛନ୍ତି । ଏବେ ଦେଶରେ ୮ ହଜାର ୨୦୬ ଜଣଙ୍କ ଅବସ୍ଥା ସଂକଟାପନ୍ନ । ବିଶ୍ୱରେ କରୋନା ଭାଇରସ ଯୋଗୁଁ  ୬୪ ହଜାର ୬୯୧ ଜଣଙ୍କ ମୃତ୍ୟୁ ହୋଇଛି । ମୋଟ ସଂକ୍ରମିତ ସଂଖ୍ୟା ୧୨ ଲକ୍ଷ ୧ ହଜାର ୪୭୬ ଜଣ । ଭଲ ହୋଇଛନ୍ତି ୨ ଲକ୍ଷ ୪୬ ହଜାର ୪୬୭ ଜଣ । 

ଇଟାଲୀରେ କରୋନା ଭାଇରସ ମୃତ୍ୟୁ ସଂଖ୍ୟା ୧୫ ହଜାର ୩୬୨ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧ ଲକ୍ଷ ୨୪ ହଜାର ୬୩୨ । ସେହିପରି ସ୍ପେନରେ ୧୧ ହଜାର ୯୪୭ ଜଣ ଜୀବନ ହାରିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୨୬ ହଜାର ୧୬୮ ଜଣ । ଚୀନରେ ୮୯ ହଜାର ୯୫୩ ଜଣ ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ ସଂଖ୍ୟା ହେଉଛି ୩ ହଜାର ୩୨୯ ଜଣ । 

 

  • Tags:

Subscribe

National International State Sports Entertainment