ଆମିର ଖାନଙ୍କ ଫିଲ୍ମ 'ସୀତାରେ ଜମିନ୍ ପର' ଦର୍ଶକ ଏବଂ ସମୀକ୍ଷକ ଉଭୟଙ୍କ ଦ୍ୱାରା ପ୍ରଶଂସା କରାଯାଇଛି। ଫିଲ୍ମ ରିଲିଜ୍ ହେବାର ଗୋଟିଏ ସପ୍ତାହ ବିତିଗଲାଣି କିନ୍ତୁ ଫିଲ୍ମର ଆୟ କମିନାହିଁ। ଆର ଏସ୍ ପ୍ରସନ୍ନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଆମିର ଖାନ ପ୍ରଡକ୍ସନ୍ସ ବ୍ୟାନରରେ ନିର୍ମିତ ହୋଇଛି। ଆମିର ଖାନଙ୍କ ବ୍ୟତୀତ ଜେନେଲିଆ ଡିସୁଜା ମଧ୍ୟ ଏହି ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମରେ କମେଡି ଏବଂ ଭାବପ୍ରବଣତାର ମିଶ୍ରଣ ସୃଷ୍ଟି କରି ଏକ ସୁନ୍ଦର ବାର୍ତ୍ତା ଦେବାକୁ ଚେଷ୍ଟା କରାଯାଇଛି।
ତେବେ ଆସନ୍ତୁ ଜାଣିବା ଫିଲ୍ମର ଏପର୍ଯ୍ୟନ୍ତର କେତେ ରୋଜଗାର କରିଛି। ଏହା ସହିତ ଫିଲ୍ମଟି ଆଜି କେଉଁ ରେକର୍ଡ ସୃଷ୍ଟି କରିପାରିବ। ମିଡ଼ିଆ ରିପୋର୍ଟ ଅନୁଯାୟୀ, ଆମିର ଖାନଙ୍କ ଫିଲ୍ମର ବଜେଟ୍ ପ୍ରାୟ ୯୦ କୋଟି ଟଙ୍କା ଥିଲା। ହେଲେ ଏହି ଫିଲ୍ମ ୬ ଦିନରେ ସାରା ବିଶ୍ୱରେ ୧୩୨ କୋଟି ଟଙ୍କା ରୋଜଗାର କରିଛି। ତେବେ ଯଦି ଆଜିର କଲେକ୍ସନକୁ ନଜର ପକେଇବା ତେବେ ଫିଲ୍ମଟି ଏହାର ବଜେଟର ପ୍ରାୟ ୧୫୫ ପ୍ରତିଶତ ରୋଜଗାର କରିଛି। ଏପରିକି ଧୀରେ ଧୀରେ ଏହା ଅନେକ ସୁପରହିଟ ଫିଲ୍ମ ଗୁଡିକର ରେକର୍ଡ ମଧ୍ୟ ଭାଙ୍ଗିବାରେ ଲାଗିଛି। ଦର୍ଶକ ମଧ୍ୟ ଫିଲ୍ମର ଅନେକ ପ୍ରଶଂସା କରିବାରେ ଲାଗିଛନ୍ତି।