ଉତ୍କଳ ବିଶ୍ୱବିଦ୍ୟାଳୟକୁ ଆନ୍ତର୍ଜାତୀୟ ସ୍ତରକୁ ନେବା ପାଇଁ ମିଳିତ ପ୍ରୟାସ ହେବା ଉଚିତ୍- କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
Khabar Odisha:There-should-be-a-concerted-effort-to-bring-Utkal-University-to-the-forefront---Union-Education-Minister-Dharmendra-Pradhan

ଭୁବନେଶ୍ୱର, ନଭେମ୍ବର ୨୮(ଖବର ଓଡ଼ିଶା): ଉତ୍କଳ ବିଶ୍ୱବିଦ୍ୟାଳୟକୁ ଆନ୍ତର୍ଜାତୀୟ ସ୍ତରକୁ ନେବା ପାଇଁ ଏକ ମିଳିତ ପ୍ରୟାସ ହେବା ଉଚିତ୍ । ଏହାର ଶିକ୍ଷା ବ୍ୟବସ୍ଥା ଏବଂ ଅନୁସନ୍ଧାନ ପାଇଁ ବିଶ୍ୱବିଦ୍ୟାଳୟ ଜାତୀୟ ସ୍ତରରେ ଏକ ଚିହ୍ନ ଛାଡିଛି ବୋଲି ଶନିବାର ଦିନ ୭୯ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟ ଶହ ଶହ ଛାତ୍ରଙ୍କୁ ସେମାନଙ୍କର ସ୍ୱପ୍ନ ଏବଂ ଆକାଂକ୍ଷାକୁ ସାକାର କରିବାରେ ସାହାଯ୍ୟ କରିଛି । ଏହା ମଧ୍ୟ ମୋ ପରି ଜଣେ ସାମାଜିକ କାର୍ଯ୍ୟକର୍ତ୍ତାଙ୍କ ମୂଳଦୁଆ ଗଢିବାରେ ସାହାଯ୍ୟ କରିଥିଲା ଏବଂ ମୋର ଆତ୍ମବିଶ୍ୱାସ ବଢାଇଥିଲା ବୋଲି ପ୍ରଧାନ କହିଛନ୍ତି।

ଧର୍ମେନ୍ଦ୍ର କହିଛନ୍ତି ଯେ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ, ପଣ୍ଡିତ ଗୋଦାବରୀଶ ମିଶ୍ର,ପଣ୍ଡିତ ନୀଳକଣ୍ଠ ଦାସ, ବିଶ୍ୱନାଥ ଦାସଙ୍କ ଭଳି ଯେଉଁମାନେ ଓଡିଶାର ସ୍ୱତନ୍ତ୍ରତାର ସ୍ୱପ୍ନ ଦେଖିଥିଲେ,ସେହିଭଳି ମହାନୁଭବଙ୍କ ନେତୃତ୍ୱରେ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇପାରିଥିଲା,ଯାହା ଆଜି ଅନେକ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ଓ ଆକାଂକ୍ଷାକୁ ପୂରଣ କରିବାରେ ସଫଳ ହୋଇଛି।

ବିଶ୍ୱବିଦ୍ୟାଳୟର ପ୍ରଗତି ପାଇଁ ଶିକ୍ଷାନୁଷ୍ଠାନର ସ୍ୱତନ୍ତ୍ରତାର ନିହାତି ଆବଶ୍ୟକତା ରହିଛି । ବିଶ୍ୱବିଦ୍ୟାଳୟର ଅଧିକାରକୁ ସଙ୍କୁଚିତ କରିବା ତଥା ବୌଦ୍ଧିକ ପରିପ୍ରକାଶରେ ଅଙ୍କୁଶ ଲଗାଇବା ଅନୁଚିତ ବୋଲି ସେ କହିଥିଲେ। ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନକୁ ଅନୁଧ୍ୟାନ କରି ଏହା ଉପରେ ପୁର୍ନବିଚାର କରିବା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରୁଛି ।

ବିଶ୍ୱବିଦ୍ୟାଳୟରେ ପୁରାତନ ଛାତ୍ରଛାତ୍ରୀ ବିଦ୍ୟାଞ୍ଜଳିରେ ସାମିଲ ହୋଇ ଛାତ୍ରଛାତ୍ରୀଙ୍କୁ ନିଜର ଜ୍ଞାନ ଏବଂ କୌଶଳକୁ ବାଣ୍ଟି ଯୁବବର୍ଗଙ୍କୁ ପ୍ରେରିତ କରନ୍ତୁ । ଏହି ପଦକ୍ଷେପ ଛାତ୍ରଛାତ୍ରୀଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ସହ ଭବିଷ୍ୟତ ଗଢ଼ିବାରେ ସହାୟକ ହେବ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ପ୍ରଣିତ ଦୂରଦୃଷ୍ଟିସମ୍ପନ୍ନ ଜାତୀୟ ଶିକ୍ଷା ନୀତି -୨୦୨୦ ଆମକୁ ମଲଟି ଡ଼ିସିପ୍ଲିନାରୀ, ନିଯୁକ୍ତି, ଗବେଷଣା, ସ୍ଥାନୀୟ ଭାଷା ସହ ମାତୃଭାଷା ଓ ବିଶ୍ୱବିଦ୍ୟାଳୟକୁ ଅନ୍ତର୍ଜାତୀୟକରଣ କରିବାର ସୁଯୋଗ ଦେଇଛି । ଏଥିପାଇଁ ସ୍ୱତନ୍ତ୍ର ଫ୍ରେମଓ୍ୱାର୍କ ଆଣିବା ପାଇଁ ଚିନ୍ତା କରିବା ଆବଶ୍ୟକ ।

https://t.co/LxPF37F2eV

  • Tags:

Subscribe

National International State Sports Entertainment