ନୂଆପଡ଼ା ଜଙ୍ଗଲରେ ମାଓ କ୍ୟାମ୍ପ ଠାବ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
Khabar Odisha:Mao-camp-brust-in-Nuapada
ଭୁବନେଶ୍ୱର,ନଭେମ୍ବର 22 (ଖବର ଓଡିଶା)

ଛତିଶଗଡ଼ ସୀମାନ୍ତ ନୂଆପଡ଼ା ଜିଲ୍ଲା ପାଟଦରହା ଭଇଁଶମୁଣ୍ଡି ଗାଁ ନିକଟ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ ହୋଇଛି  ।  ଜଙ୍ଗଲରେ ମାଓକ୍ୟାମ୍ପ ଚାଲିଥିବା ସୂଚନା ପାଇଁ ଚଢ଼ାଉ କରିଥିଲା ସିଆରପିଏଫ୍ସେଠାରୁ ୫ଟି ରାଇଫଲ, ଗୋଟିଏ ପିସ୍ତଲ ୩୩ଟି ଡିଟୋନେଟର ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି  ।

ବଡ଼ଧରଣର ହିଂସାକାଣ୍ଡ ନେଇ ମାଓବାଦୀମାନେ ସେଠାରେ ଯୋଜନା ଚଳାଉଥିବା ଆଶଙ୍କା କରାଯାଉଛି ତେବେ ସୁରକ୍ଷାକର୍ମୀଙ୍କ ଅପରେସନ ସୂଚନା ପାଇ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀଜଙ୍ଗଲରେ ମାଓବାଦୀ ଲୁଚି ରହିଥିବା ଆଶଙ୍କା ଏହି ଘଟଣା ପରେ ସ୍ଥାନୀୟ ଜଙ୍ଗଲରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛି ସିଆରପିଏଫ୍

  • Tags:

Subscribe

National International State Sports Entertainment