ହ୍ୱାଟ୍ସଅପ୍‌ ଆଣୁଛି ସ୍ୱତନ୍ତ୍ର ବୈଶିଷ୍ଟ୍ୟ, ସହଜରେ ବଦଳାଇପାରିବେ ଆପଣଙ୍କ ନମ୍ୱର
Khabar Odisha:Watsapp-tries-to-bring-a-new-feature-it-will-be-easy-to-change-ur-number
ନୁଆଦିଲ୍ଲୀ, ଏପ୍ରିଲ୧୭(ଖବର ଓଡ଼ିଶା): ସୋସିଆଲ ମିଡ଼ିଆରେ ସମସ୍ତଙ୍କ ପସନ୍ଦ ସାଜିଥିବା ହ୍ୱାଟସଅପ୍‌ ଏବେ ଏକ ନୂଆ ଫିଚ୍‌ର ଆଣିବାକୁ ଯାଉଛି । ଆପଣଙ୍କୁ ନମ୍ୱର ବଦଳାଇବା ସମୟରେ ହେଉଥିବା ଅସୁବିଧାଠାରୁ ଏହା ମୁକ୍ତି ଦେବ। ଏପରିକି ଏହି ନୂଆ ସ୍ୱତନ୍ତ୍ର ବୈଶିଷ୍ଟ୍ୟଟି ଆପଣଙ୍କ କଣ୍ଟାକ୍ଟ ଲିଷ୍ଟରେ ଥିବା ଲୋକମାନଙ୍କୁ ଏ ବିଷୟରେ ନୋଟିଫିକେଶନ ଜରିଆରେ ଅବଗତ ମଧ୍ୟ କରାଇବ।
 
ଏବେର ହ୍ୱାଟ୍ସଅପ୍‌ଟି ସବର୍ଦା ଆମର ନମ୍ୱର ସହ ଯୋଡ଼ି ହୋଇ ରହିଥାଏ। ଏହାକୁ ବଦଳାଇବା ସମୟରେ ନିଜ ସାଙ୍ଗମାନଙ୍କୁ ଏ ବିଷୟରେ ଜଣାଇବା ପାଇଁ ବହୁତ ଅସୁବିଧା ମଧ୍ୟ ହୋଇଥାଏ । ସେହିସମୟରେ ଆମକୁ ଅନ୍ୟ ବାର୍ତ୍ତାର ସହାୟତା ନେବାକୁ ପଡ଼େ। ଏଥିରୁ ମୁକ୍ତି ଦେବା ପାଇଁ ହ୍ୱାଟ୍ସଅପ୍‌ ଏହି ଫିଚରର ଶୁଭାରମ୍ଭ କରିବାକୁ ପ୍ରସ୍ତୁତ ହେଉଛି।
 
ସୂଚନା ମୁତାବକ, ନମ୍ୱର ଚେଞ୍ଜ ଫିଚର ଦ୍ୱାରା ଉପଭୋକ୍ତା ବିନା ଚାଟ ଏବଂ ଗ୍ରୁପ୍‌ ଡ଼ାଟା ସାରି ନିଜର ନମ୍ୱର ବଦଳାଇପାରିବେ। ଏହାଦ୍ୱାରା ବାକି ଉପଭୋକ୍ତାମାନଙ୍କୁ ଏହି ବିଷୟରେ ଜଣାଇଛନ୍ତି। ଏଥିରେ ଆପଣଙ୍କୁ ତିନୋଟି ଅପ୍‌ସନ୍‌ ମିଳିବ।
 
- ପ୍ରଥମତଃ ଆପଣଙ୍କୁ ବଦଳାଯାଇଥିବା ନମ୍ୱରକୁ ସମସ୍ତଙ୍କ ସହ ବାଣ୍ଟି ପାରିବେ
 
- ନଚେତ ଆପଣ ଚାଟ କରିଥିବା ଲୋକଙ୍କ ସହ କରିପାରିବେ
 
- ନଚେତ କାହାରିକୁ ବି ନୁହେଁ
 
ଏହା ବ୍ୟତିତ ହ୍ୱାଟ୍ସଅପ୍‌ ମଧ୍ୟ ଲାଇଭ ଲୋକେସନ ବୈଶିଷ୍ଟ୍ୟ ଆଣିବାକୁ ଟେଷ୍ଟ କରୁଛି। ଯାହା ଫଳରେ ଆପଣଙ୍କ ସାଙ୍ଗ ଏବଂ ପରିବାରଲୋକ ଆପଣଙ୍କୁ କିଛି ସମୟ ପାଇଁ ଲାଇଭ ଟ୍ରାକ୍‌ କରିପାରିବେ। ଏହା ନିକଟରେ ଫେସବୁକ୍‌ ଏବଂ ଗୁଗୁଲ ଲଞ୍ଚ କରିଛି ।
 
  • Tags:

Subscribe

National International State Sports Entertainment