ଭାରତରେ ଭିଭୋର ନୂଆ ‘ଭି୫ଏସ୍‌’ ଲଞ୍ଚ, ସେଲ୍ଫି ପାଇଁ ରହିବ ଆହୁରି ଖାସ୍‌
Khabar Odisha:Vivo-v5s-new-smartphone-launched-in-india
ନୁଆଦିଲ୍ଲୀ, ଏପ୍ରିଲ୨୭(ଖବର ଓଡ଼ିଶା): ଟେଲିଫୋନ ଉତ୍ପାଦ ଭିଭୋନିଜର ନୂଆ ସ୍ମାଟଫୋନ୍‌ ଭି-୫-ଏସ୍‌ଲଞ୍ଚ କରିଛି। ଗୁରଗାଓରେ ଏକ ଉଦ୍‌ଘାଟନ ଉତ୍ସବରେ ଏହାକୁ ଲଞ୍ଚ କରାଯାଇଛି । ତେବେ ଏହା ଏକ ଖାସ୍‌ ସେଲ୍ଫିଯୁକ୍ତ ଫୋନ୍‌ ବୋଲି କୁହାଯାଉଛି। ପୂର୍ବରୁ ନିଜ ସେଲ୍ଫିଯୁକ୍ତ କ୍ୟାମେରା ଫୋନ୍‌କୁ ନେଇ ଯୁବପିଢ଼ୀଙ୍କ ପସନ୍ଦ ପାଲଟିଥିବା ଭିଭୋ ଏବେ ବଜାରକୁ ଆଣିଥିବା ଫୋନ୍‌ ବିଗତ ମଡ଼େଲ ମାନଙ୍କଠାରୁ ଅଧିକ ଲୋକପ୍ରୀୟ ହେବ ବୋଲି ଆଶା କରାଯାଉଛି।
 
ଭିଭୋ ଭି-୫-ଏସ୍‌ର ମୂଲ୍ୟ ୧୮,୯୯୯ଟଙ୍କା ରଖାଯାଇଛି। ତେବେ ଗ୍ରାହକମାନେ ଏହାର ବୁକିଂ ୨୭ ଏପ୍ରିଲଠାରୁ କରିପାରିବେ। ଏହା ୬ ମେଠାରୁ ବିକ୍ରୀପାଇଁ ଉପଲବ୍ଧ ହେବ।
 
ଏହାର କ୍ୟାମେରା କଥାକୁ ଯଦି ବିଚାର କରିବା ତେବେ ଏହାର ଆଗ କ୍ୟାମେରା ଏଲଇଡ଼ି ଫ୍ଲାସ୍‌ ସହ ୨୦ ମେଗାପିକ୍ସେଲର ମୁନ୍‌ ଲାଇଟ କ୍ୟାମେରାଯୁକ୍ତ ରହିଛି। ଏହା କମ୍‌ ଆଲୋକରେ ମଧ୍ୟ ଭଲ ଫଟୋ ଉଠାଇପାରିବ। ଏହା ସହ ପଛ କ୍ୟାମେରାରେ କମ୍ପାନୀ ଡ଼ୁଆଲ ଏଲଇଡ଼ି ଫ୍ଲାସ୍‌ ସହ ୧୩ ମେଗା ପିକ୍ସେଲର କ୍ୟାମେରା ଦେଇଛି।
 
ଭିଭୋ ଭି-୫-ଏସ୍‌ର ଡ଼ିସ୍‌ପ୍ଲେ ୫,୫ ଇଞ୍ଚର ଏଚ୍‌ଡ଼ି ଯୁକ୍ତ ରହିଛି। ଏଥିରେ ଗ୍ରାହକମାନଙ୍କୁ ୪ଜିବି ରାମ ଏବଂ ୧.୫ଜିଏଚ୍‌ଜେଡ଼ ସ୍ପିଡ଼ ଯୁକ୍ତ ଅକ୍ଟା କୋର ପ୍ରୋସେସର ରହିଛି। ଏହାର ଆଭ୍ୟନ୍ତରୀଣ କ୍ଷମତା ୬୪ଜିବି ବିଶିଷ୍ଟ ରହିଛି। ଏହାକୁ କାର୍ଡ଼ ମାଧ୍ୟମରେ ୨୫୬ ଜିବି ପର୍ଯ୍ୟନ୍ତ ବଢ଼ାଯାଇପାରିବ।
 
ଗ୍ରାହକମାନେ ଏହାକୁ କଳାରଙ୍ଗର ଉତ୍ପାଦରେ କିଣିପାରିବେ। ଏଥିରେ ସଂଯୋଗିକରଣର କଥା ଯଦି ଉଠାଯାଏ ତେବେ ଏଥିରେ ୪ଜି ଭୋଲ୍ଟ, ବ୍ଲୁଟୁଥ ଭି୪.୦, ୱାଇଫାଇ ୮୦୨, ମାଇକ୍ରୋ-ୟୁଏସ୍‌ବି ଏବଂ ୩.୫ ଏମ୍‌ଏମ୍‌ର ହେଡ଼ଫୋନ୍‌ ଏଥି ସହ ରହିଛି। ଏହାର ବ୍ୟାଟେରି ୩୦୦୦ଏମ୍‌ଏଏଚ୍‌ର ରହିଛି। ଏହାକୁ ଆପଣ ଅଲଗା କରିପାରିବେ ନାହିଁ।
 
  • Tags:

Subscribe

National International State Sports Entertainment