ଶୋଇଛି ଦମକଳ ବିଭାଗ, ଗ୍ରାସୁଛି ନିଆଁ
Khabar Odisha:

ଭୁବନେଶ୍ୱର, ମେ ୦୮(ଖବର ଓଡ଼ିଶା): ମୁଣ୍ଡ ଉପରେ ସୂର୍ଯ୍ୟ । ଢାଳୁଛି ଅଗ୍ନି । ଭୂପୂଷ୍ଠକୁ ବି ତ୍ରାହି ମିଳୁ ନାହିଁ । ଝାଞ୍ଜି ପବନ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଲୋକଙ୍କର ଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି । ଏପରି ସ୍ଥିତିରେ ନିଆଁ ଲାଗିଲେ ଲୋକେ କିପରି ଡହଳ ବିକଳ ହେଉଥିବେ ତାହା ବୁଝାଇ କହିବା ଆବଶ୍ୟକ ନାହିଁ । ବର୍ଷ ବର୍ଷ ଧରି ଲୋକେ ଖରା ଦିନ ଆସିଲେ ନିଆଁର ଭୟକୁ ନେଇ ବ ନ୍ତି । ଅଗ୍ନିକାଣ୍ଡର ଭୟ ଗ୍ରାମ ଳରେ ଆହୁରି ଅଧିକ । ଅଗ୍ନିକାଣ୍ଡ ପାଇଁ ସବୁଠୁ ଚର୍ଚ୍ଚାରେ ଢେଙ୍କାନାଳ, ଅନୁଗୁଳ, ଗ୍ୟଞ୍ଜାମ, ଖୋର୍ଦ୍ଧା, ସମ୍ବଲପୁର ଓ ବରଗଡ ଜିଲ୍ଲା ରହୁଛି । ଏସବୁ ଜିଲ୍ଲାଗୁଡ଼ିକରେ ଗତ କିଛି ବର୍ଷ ହେଲା ଅଧିକ ପରିମାଣରେ ଅଗ୍ନିକାଣ୍ଡ ଦେଖିବାକୁ ମିଳୁଛି । ଫେବୃଆରି ଶେଷ ହେଲେ ଲୋକଙ୍କ ମନରେ ଚିନ୍ତା ଆସେ, ଏବର୍ଷ କେମିତି କଟିବ । ଏହି ଜିଲ୍ଲାଗୁଡ଼ିକ ପାଇଁ ଏପ୍ରିଲ ହେଉଛି ଏକ ନିଷ୍ଠୁର ମାସ । ମାର୍ଚ୍ଚ ରୁ ଜୁନ ପର୍ଯ୍ୟନ୍ତ ପ୍ରଚଣ୍ଡ ରୌଦ୍ର ତାପରେ ଜଳି ଯାଇଥାଏ ଶହ ଶହ ଘର । ହଜାର ହଜାର ଲୋକଙ୍କୁ ସ୍କୁଲ, ପଡୋଶୀ ଓ ଗଛ ମୂଳର ଆଶ୍ରୟ ନେବାକୁ ପଡ଼ିଥାଏ । ହତଭାଗ୍ୟ ଗରିବ ପରିବାରଙ୍କୁ ଆଶ୍ୱାସନା ମିଳେ ସିନା, କିନ୍ତୁ ମିଳେନି ସରକାରୀ ସହାୟତା । ଅଗ୍ନିକାଣ୍ଡ ପରେ କେବଳ ସରକାରୀ ଓ ପ୍ରଶାସନିକ ଅଧିକାରୀ-କର୍ମଚାରୀମାନେ ସର୍ବହରା ପରିବାରଙ୍କୁ ଆଶା ଭରସା ଦେଇଥାନ୍ତି । ଅଗ୍ନି ବିପନ୍ନ ପରିବାରକୁ ମିଳେ ନି ସରକାରୀ ସହାୟତା କି ସାମିଲ କରାଯାଇ ନ ଥାଏ ଆବାସ ଯୋଜନାରେ । ଆମର ଏହି ଲାଞ୍ଚୁଆ ରାଜ୍ୟରେ ନେତା ଓ ପ୍ରଶାସନିକ ଅଧିକାରୀଙ୍କୁ ୨୦ ହଜାର ରୁ ୪୦ ହଜାର ଟଙ୍କା ଦେଇ ପାରୁଥିବା ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କା ଘର ମିଳିଥାଏ ।

ଜାନୁଆରି ରୁ ମାର୍ଚ୍ଚ ଭିତରେ କେବଳ ଢେଙ୍କାନାଳରେ ୧୫୦ରୁ ଅଧିକ ଅଗ୍ନିକାଣ୍ଡ ଘଟଣା ଦେଖିବାକୁ ମିଳିଛି । ଗତ ବର୍ଷ ଏହି ଜିଲ୍ଲାରେ ପ୍ରାୟ ୨୫୦ ଅଗ୍ନିକାଣ୍ଡ ଘଟିଥିଲା । ସେହିଭଳି ପଡୋଶୀ ଅନୁଗୁଳ ଜିଲ୍ଲାରେ ଏପର୍ଯ୍ୟନ୍ତ ୮୫ଟି ଅଗ୍ନିକାଣ୍ଡ ଘଟିଥିôବାର ଜଣାପଡ଼ିଛି । ଏହି ୨ଟି ଜିଲ୍ଲାରେ ପ୍ରତି ବର୍ଷ ଶହ ଶହ ଅଗ୍ନିକାଣ୍ଡ ଘଟୁଥିଲେ ବି ଅଗ୍ନିଶମ ବିଭାଗ ଶୋଇ ରହିଛି ।

ଗତ ବର୍ଷ ରାଜ୍ୟରେ ୧୯,୭୭୯ଟି ଅଗ୍ନିକାଣ୍ଡ ଘଟିଥିଲା ବୋଲି ରାଜ୍ୟ ଅଗ୍ନିସମ ବିଭାଗ କହିଥିବା ବେଳେ, ବାସ୍ତବ ପକ୍ଷେ ଏହି ସଂଖ୍ୟା ଆହୁରି ଅଧିକ ହେବ ବୋଲି ଜଣାପଡ଼ିଛି । କାରଣ ଦମକଳ ବିଭାଗ ଅଗ୍ନିକାଣ୍ଡ ଘଟିଥିବା ସବୁ ସ୍ଥାନକୁ ପହଞ୍ଚି ପାରୁନାହିଁ କି ଲୋକମାନେ ସରକାରଙ୍କ ତରଫରୁ ସେଭଳି ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇ ନ ଥିବାରୁ ଦମକଳ ବିଭାଗକୁ ଯୋଗାଯୋଗ କରିପାରୁ ନାହାନ୍ତି । ଗତବର୍ଷ ତୁଳନାରେ ୨୦୧୪ ଓ ୨୦୧୫ରେ ରାଜ୍ୟରେ କମ୍ ପରିମାଣରେ ଅଗ୍ନିକାଣ୍ଡ ଘଟିଥିଲା । ଏବର୍ଷ ଗତ ବର୍ଷର ରେକର୍ଡକୁ ଅତିକ୍ରମ କରିବ ବୋଲି ଅନୁୁମାନ କରାଯାଉଛି ।

ବର୍ତମାନ ରାଜ୍ୟରେ ୩୧୭ଟି ଅଗ୍ନିସେବା କେନ୍ଦ୍ର ଥିବା ବେଳେ, ରାଜ୍ୟ ସରକାର ଆହୁରି ୨୨ଟି ନୂଆଁ କେନ୍ଦ୍ର ସ୍ଥାପନ କରିବାକୁ ଛଚ୍ଛା ପ୍ରକାଶ କରିଛନ୍ତି । ସ୍ୱାଧୀନତାର ୭୦ ବର୍ଷ ବିତି ଯାଇଥିଲେ ବି ରାଜ୍ୟର ୩୧୪ଟି ବ୍ଲକରେ ଅଗ୍ନିସେବା କେନ୍ଦ୍ର ନ ରହିବା ଦୁର୍ଭାଗ୍ୟ କଥା । ମାଲକାନଗିିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକରେ ହେଉଛି ଏହାର ସଦ୍ୟତମ ଉଦାହରଣ । ରାଜ୍ୟର ଅନେକ ପଛୁଆ ବ୍ଲକରେ ଅଗ୍ନିସେବା କେନ୍ଦ୍ର ନାହିଁ । ଅଗ୍ନିକାଣ୍ଡରେ କୋଟି କୋଟି ଟଙ୍କାର ସମ୍ପତ୍ତି ଭସ୍ମି ଭୂତ ହୋଇଯାଉଛି । ୨୦୧୪ରେ ୮୫ କୋଟି, ୨୦୧୫ରେ ୬୫ କୋଟି ଓ ୨୦୧୬ରେ ୭୦ କୋଟି ଟଙ୍କାର ସମ୍ପତ୍ତି ଜଳି ଯାଇଥିଲା । ଅଗ୍ନିସମ ବିଭାଗ କହିବା ଅନୁସାରେ ୨୦୧୪ରେ ୨୩୫ ଓ ୨୦୧୬ରେ ୩୪୨ କୋଟି ଟଙ୍କାର ସମ୍ପତ୍ତିକୁ ସୁରକ୍ଷିତ କରାଯାଇ ପାରିଥିଲା ।  

  • Tags:

Subscribe

National International State Sports Entertainment