ସମ୍ବଲପୁରୀ ଶାଢ଼ି: ପ୍ରୋତ୍ସାହନର ଅଭାବ, ସଙ୍କଟରେ ବୁଣାକାର
Khabar Odisha:

ଭୁବନେଶ୍ୱର, ଏପ୍ରିଲ ୨୪(ଖବର ଓଡ଼ିଶା): ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ରାଷ୍ଟ୍ରୀୟ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପିନ୍ଧି ଥିଲେ ସମ୍ବଲପୁରୀ ସାଢ଼ି। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସମ୍ବଲପୁରୀ ଶାଢ଼ି ପିନ୍ଧିବା ପରେ ଏହା ଅଧିକ ଲୋକପ୍ରିୟ ହେବାକୁ ଲାଗିଲା । ୧୯୮୦ ରୁ ୧୯୯୦ ମଧ୍ୟରେ ଓଡ଼ିଶା ବାହାରେ ସମ୍ବଲପୁରୀ ଶାଢ଼ିର ଚାହିଦା ବଢ଼ିବାକୁ ଲାଗିଲା । ଶଙ୍ଖ, ଚକ୍ର ଓ ଫୁଲରେ ସଜ୍ଜିତ ପାରମ୍ପରିକ ସମ୍ବଲପୁରୀ ସାଢ଼ିକୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି । କେବଳ ସମ୍ବଲପୁରୀ ଶାଢ଼ି ନୁହେଁ ବରଂ ସୋନପୁରୀ ଓ ମାଣିଆବନ୍ଧ ଶାଢ଼ି ବୁଣାକାରଙ୍କ ଅବସ୍ଥା ବି ଦୟନୀୟ ସ୍ଥିତିରେ ପହଞ୍ଚିଛି । ସମ୍ବଲପୁର, ବରଗଡ, ବଲାଙ୍ଗୀର, ସୋନପୁର ଓ ବୌଦ୍ଧରେ ଭୁଲିଆ ବା ମେହେର ସମ୍ପ୍ରଦାୟର ବୁଣାକାରଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଆବଶ୍ୟକୀୟ ପ୍ରୋତ୍ସାହନ ମିଳୁ ନ ଥିବାରୁ, ଉତ୍ପାଦନରେ ବାଧା ପହଞ୍ଚିଛି। କାଗଜ ପତ୍ରରେ ବୁଣାକାରଙ୍କୁ ଭଲ ପ୍ରୋସହନ ଯୋଗାଣ କରାଯାଉଥିବା କଥା କହନ୍ତି ସରକାର । କିନ୍ତୁ ବାସ୍ତବ କ୍ଷେତ୍ରରେ ବୁଣାକାର କେମିତି ଚଳୁଛି, ତାହା ଅତି ନିକଟରୁ ଦେଖିଲେ ଜଣାପଡ଼ିବ । ୨୦୧୨ରେ ଜିଓଗ୍ରାଫିକାଲ ଟାଗ (ଜିଆଇ) ମାନ୍ୟତାପ୍ରାପ୍ତ ସମ୍ବଲପୁରି ଶାଢ଼ିକୁ କଳାକାରଖାନାରେ ଉତ୍ପାଦନ କରାଯାଉଛି । ସମ୍ବଲପୁରୀ ଶାଢ଼ିର ମୂଲ୍ୟ ଅତି କମ୍ରେ ୩୦୦୦ ଟଙ୍କାରୁ ଅଧିକ ହୋଇଥିବା ବେଳେ, ଏହି ଶାଢ଼ିକୁ ନକଲ କରାଯାଇ ୩୦୦ ରୁ ୪୦୦ ଟଙ୍କାରେ ବିକ୍ରି କରାଯାଉଛି । ଯାହା ଫଳରେ ସମ୍ବଲପୁରୀ ଶାଢ଼ି ବଜାର ଉପରେ ପ୍ରଭାବ ପଡୁଛି । କଳାକାର ଉପାୟ ଶୂନ୍ୟ ହୋଇ ପାରମ୍ପରିକ ପେଶାଠାରୁ ନିବୃତ୍ତ ରହୁଛି ।

ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ଦେବୀସିଂ ଓଡ଼ିଶା ଗସ୍ତ ସମୟରେ ପଦ୍ମଶ୍ରୀ ଚତୁର୍ଭୂଜ ମେହେର ଭୁବନେଶ୍ୱରସ୍ଥିତ ରାଜଭବନରେ ତାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ସମ୍ବଲପୁରୀ ବାନ୍ଧକଳାରେ ପ୍ରସ୍ତୁତ କୋଣାର୍କ ସୂର୍ଯ୍ୟ ମନ୍ଦିର ଚିତ୍ର ସମ୍ବଳିତ ମୋଟା ପାଟ ସୂତାର ଏକ ୱାଲହେଙ୍ଗି ଉପହାର ଦେଇଥିଲେ । ପାଟସୂତାରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଗାତ୍ରର ଭାସ୍କର୍ଯ୍ୟ ଯଥା ବାଦ୍ୟକାର, ବିଭିନ୍ନ ମୁଦ୍ରା ଓ ଅଙ୍ଗଭଙ୍ଗୀରେ ନୃତ୍ୟରତା ନର୍ତ୍ତକୀ, ଲତା, ଜୀବଜନ୍ତୁ ତଥା ରଥ ଚକର ଅଖ ଆଦି କଳାକୃତି ନିଖୁଣ ଦେଖି ପାଟିଲ ଅଭିଭୂତ ହୋଇ ଯାଇଥିଲେ ।

ସମଗ୍ର ରାଜ୍ୟରେ ୧,୯୨,୩୩୯ ସଂଖ୍ୟକ ବୁଣାକାର ଥିବାବେଳେ ଆର୍ଥିକ ବର୍ଷ ୨୦୧୨-୧୩ରେ ୯୧.୮୮ ଲକ୍ଷ ବର୍ଗମିଟର, ଆର୍ଥିକ ବର୍ଷ ୨୦୧୩-୧୪୯୯.୩୫ଲକ୍ଷ ବର୍ଗମିଟର, ଆର୍ଥିକ ବର୍ଷ ୨୦୧୪-୧୫ରେ ୧୧୫.୬୩ ଲକ୍ଷ ବର୍ଗମିଟର ଓ ଆର୍ଥିକ ବର୍ଷ ୨୦୧୫-୧୬ ଜାନୁଆରି ସୁଦ୍ଧା ୧୦୪ ଲକ୍ଷ ୯୮ ହଜାର ବର୍ଗମିଟର ହସ୍ତତନ୍ତ ସାମଗ୍ରୀ ଉତ୍ପାଦିତ ହୋଇଥିବା ହସ୍ତତନ୍ତ ବିଭାଗରୁ ସୂଚନା ଦିଆଯାଇଛି । ଏହି ତତ୍ୟରୁ ଅନୁମାନ କରାଯାଉଛି ଯେ, ବୁଣାକାରଙ୍କ ସଂଖ୍ୟା ଅନୁସାରେ ଉତ୍ପାଦନ ପରିମାଣ ଢ଼େର କମ୍ ହୋଇଥିବା ସ୍ପଷ୍ଟ ହୋଇଯାଇଛି । ଅପରପକ୍ଷରେ ଆର୍ଥିକ ବର୍ଷ ୨୦୦୯-୧୦ ରୁ ୨୦୧୪-୧୫ ମଧ୍ୟରେ ଓଡ଼ିଶାରେ ମୋଟ୍ ୫୫୦.୭୮ କୋଟି ଟଙ୍କା ମୂଲ୍ୟର ହସ୍ତଶିଳ୍ପ ସାମଗ୍ରୀ ଉତ୍ପାଦିତ ହୋଇଥିବା ବେଳେ ଏଥିମଧ୍ୟରୁ ରାଜ୍ୟ ବାହାରେ ବିକ୍ରି ହୋଇଥିବା ସାମଗ୍ରୀର ପରିମାଣ ୨୫.୧୨ କୋଟି ଟଙ୍କା । 

 

 

 

 

  • Tags:

Subscribe

National International State Sports Entertainment