ବିମାନରୁ ଯାତ୍ରୀଙ୍କୁ ଘୋଷାଡି ଘୋଷାଡି ବାହାର କଲେ ୟୁନାଇଟେଡ୍‌ ଏୟାରଲାଇନ୍ସ
Khabar Odisha:united-airlines-under-fire-after-passenger-dragged-from-plane
ନ୍ୟୁୟର୍କ, ଏପ୍ରିଲ୧୧(ଖବର ଓଡିଶା): ଆମେରିକାର ୟୁନାଇଟେଡ୍‌ ଏୟାର୍‌ଲାଇନ୍ସ ଯାତ୍ରୀଙ୍କ ସହ ର୍ଦୂବ୍ୟବହାର କରି ଏବେ ବିବାଦରେ ଅଛି । ଫ୍ଲାଇଟ୍‌ର ଓଭର୍‌ ବୁକିଂ ଯୋଗୁଁ ସୁରକ୍ଷାକର୍ମୀମାନେ ଜଣେ ଯାତ୍ରୀଙ୍କୁ ବିମାନରୁ ଘୋଷାଡି ବାହାର କରିଦେଲେ । ଉକ୍ତ ଯାତ୍ରୀ ଜଣକ ଆହତ ମଧ୍ୟ ହୋଇଛନ୍ତି । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରା ଯାଇଥିଲା । ଯାହାକୁ ଦେଖି ଲୋକମାନେ ଖୁବ୍‌ କ୍ଷୋଭ ପ୍ରକାଶ କରିଛନ୍ତି । 
 
ଏହି ଘଟଣା ଗତ ରବିବାର ରାତିରେ ୟୁନାଇଟେଡ୍‌ ଫ୍ଲାଇଟ୍‌ରେ ଘଟିଥିଲା। ଯାହା ଶିକାଗୋର ଓହାରେ ଇଣ୍ଟର୍‌ନ୍ୟାସ୍‌ନାଲ ଏୟାରପୋର୍ଟରୁ ଲୁଇସ୍‌ବିଲେକୁ ଯାଉଥିଲା । ବିମାନର ସୁରକ୍ଷାକର୍ମୀ ଯାତ୍ରୀଙ୍କ ଦୁଇ ହାତ ଧରି ଘୋଷାଡି ଘୋଷାଡି ବିମାନରୁ କାଢ଼ି ତଳକୁ ନେଇଗଲେ । ଏହି ଧସ୍ତାଧସ୍ତି ସମୟରେ ଯାତ୍ରୀ ଜଣକୁ ଆଘାତ ମଧ୍ୟ ଲାଗିଥିଲା । ବିମାନର ଜଣେ ଯାତ୍ରୀ ଏହାର ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ୟୁନାଇଟେଡ୍ ଏୟାର୍‌ଲାଇନ୍ସ ଏକ ମାସ ମଧ୍ୟରେ ଯାତ୍ରୀଙ୍କ ସହ ର୍ଦୂବ୍ୟବହାର କରିବାର ଏହା ଦ୍ୱିତୀୟ ଘଟଣା । 
 
ୟୁନାଇଟେଡ୍‌ର ମୁଖ୍ୟ ବରିଷ୍ଠ ଅଧିକାରୀ ଇ-ମେଲ୍‌ ବୟାନରେ ଓଭର୍‌ ବୁକିଂକୁ ନେଇ ହୋଇଥିବା ସମସ୍ୟା ପାଇଁ କ୍ଷମା ମାଗିଛନ୍ତି । ସେ କହିଛନ୍ତି ଏୟାରଲାଇନ୍ସ ଏହି ଘଟଣାର ଯାଞ୍ଚ କରୁଛି । ଉକ୍ତ ଯାତ୍ରୀଙ୍କୁ ନେଇ ମାମଲାକୁ ସ୍ଥିର କରିବା ପାଇଁ ଚେଷ୍ଟା କରାଯାଉଛି ।
  • Tags:

Subscribe

National International State Sports Entertainment