ଖାଲି ନିର୍ମାଣଙ୍କ କଲ୍ୟାଣରେ ବ୍ୟସ୍ତ ରହିଲେ ସରକାର, ସାବତ ପୁଅ ପାଲଟିଛନ୍ତି କୃଷି ଶ୍ରମିକ ଆଉ କୁଟୀର ଶିଳ୍ପର ଶ୍ରମିକ
Khabar Odisha:Odisha-Government-Think-Agricultural-Labour-As-Step-Mother

 ୨୦୧୧ ଜନଗଣନା ଅନୁସାରେ ଓଡିଶାର ମୋଟ ଜନସଂଖ୍ୟାର ୪୧.୭୯% ହେଉଛନ୍ତି ଶ୍ରମିକ । ରାଜ୍ୟର ସମୁଦାୟ ୪ କୋଟି ୨୦ ଲକ୍ଷ ଲୋକ ମଧ୍ୟରୁ ୧ କୋଟି ୭୫ ଲକ୍ଷ ଲୋକ ହେଉଛନ୍ତି ଶ୍ରମିକ । ୧ କୋଟି ୧୯ ଲକ୍ଷ ହେଉଛନ୍ତି ପୁରୁଷ ଆଉ ୫୬ ଲକ୍ଷ ମହିଳା । ସେଥିରୁ ନିର୍ମାଣ ଶ୍ରମିକ ହେଉଛନ୍ତି ମାତ୍ର ୧୭ ଲକ୍ଷ । ଆଉ ଏବେ ସରକାର ତାଙ୍କ ପୁରା ଶ୍ରମିକ ଯୋଜନାକୁ କେନ୍ଦ୍ରିଭୁତ କରଦେଇିଛନ୍ତି ନିର୍ମାଣ ଶ୍ରମିକ ମାନଙ୍କ ପାଇଁ  । ରାଜ୍ୟରେ ଅଛନ୍ତି ୪୧ ଲକ୍ଷ ଚାଷୀ, ୬୮ ଲକ୍ଷ କୃଷି ଶ୍ରମିକ, ୮ ଲକ୍ଷ ଘରୋଇ ଶିଳ୍ପ ଓ ଅନ୍ୟାନ୍ୟ ଆନୁସଙ୍ଗିକ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ଓ ଅବଶିଷ୍ଟ ୫୯ ଲକ୍ଷ ଶ୍ରମିକ ଅନ୍ୟାନ୍ୟ କ୍ଷେତ୍ରରେ କାମ କରୁଥୀବା ଶ୍ରମିକ । କିନ୍ତୁ ରାଜ୍ୟ ସରକାରଙ୍କ ଆଉ କୌଣସି ଶ୍ରେଣୀର ଶ୍ରମିକଙ୍କ ପାଇଁ କିଛି ଯୋଜନା ନଥିବାବେଳେ କେବଳ ନିର୍ମାଣ ଶ୍ରମିକମାନଙ୍କ ପାଇଁ ଯୋଜନାରେ ପୁରା ସରକାରଙ୍କ ଶ୍ରମ ବିଭାଗ ନିୟୋଜିତ ହେଲାଭଳି ଲାଗୁଛି  । ମନ୍ତ୍ରୀଙ୍କ ଠାରୁ ମୁଖ୍ୟମନ୍ତ୍ରୀ ପୁରା ଭାଷଣ ମାରୁଛନ୍ତି ଆମେ ନିର୍ମାଣ ଶ୍ରମିକଙ୍କ ପାଇଁ ଏମିତି କରିବୁ ସେମିତି କରିବୁ  । ହେଲେ ରାଜ୍ୟରେ ମୋଟ ଶ୍ରମିକ ସଂଖ୍ୟାର ମାତ୍ର ୧୦% ହେଉଛନ୍ତି ନିର୍ମାଣ ଶ୍ରମିକ । ତାହେଲେ ଆଉ କାହାକୁ ନଦେଇ କେବଳ ନିର୍ମାଣ ଶ୍ରମିକଙ୍କ ପାଇଁ ଏତେ ଦରଦ କାହିଁକି ? କାହିଁକି ନାହିଁ କୃଷି ଶ୍ରମିକଙ୍କ ପାଇଁ କିଛି ଯୋଜନା । କାହିଁକି ଗାଁର ଅର୍ଥନୀତିର ମୁଳ ପିଣ୍ଡ କୁହାଯାଉଥିବ କୁଟୀର ଶିଳ୍ପରେ କାମ କରୁଥିବା ଶ୍ରମିକ ମାନଙ୍କ ପାଇଁ କୌଣସି ଯୋଜନା କରୁନାହାନ୍ତି ସରକାର । କାରଣ ରାଜ୍ୟ ସରକାର ନିର୍ମାଣ ଶ୍ରମିକଙ୍କ କଲ୍ୟାଣ ପାଇଁ ବ୍ୟୟ କରୁଥିବା ଅର୍ଥକୁ ରାଜ୍ୟ ସରକାର ଘର ତିଆରକରୁôଥିବା ଲୋକଙ୍କ ଠାରୁ ସେସ୍ ଭାବରେ ଆଦାୟ କରୁଛନ୍ତି  । ମାଛ ତେଲରେ ମାଛ ଭାଜି କେବଳ କ୍ରେଡିଟ ନେବାରେ ମସଗୁଲ ଅଛନ୍ତି ସରକାର । 


ରାଜ୍ୟରେ ଅଛନ୍ତି ୬୮ ଲକ୍ଷ କୃଷି ଶ୍ରମିକ ଆଉ ୪୧  ଲକ୍ଷ ଚାଷି ଯିଏ ନିଜ ଜମିରେ ନିଜେ ଶ୍ରମିକ ଭାବେ କାମ କରନ୍ତି । ଏମାନଙ୍କ ପାଇଁ ସରକାରଙ୍କର କୌଣସି ଯୋଜନା ନାହିଁ ।  ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ଅଛି ମୃତ୍ୟୁ କାଳିନ ସହାୟତା, ଦୁର୍ଘଟଣା ଜନିତ ସହାୟତା, ଶିକ୍ଷାବୃତ୍ତି ସହାୟତା,  ଦୁରାରୋଗ୍ୟ ଚିକିସ୍ତ୍ରା ସହାୟତା, ଯନ୍ତ୍ରପାତୀ କ୍ରୟ ସହାୟତା, ଅନ୍ତେଷ୍ଟିକ୍ରିୟା ସହାୟତା, ସାଇକେଲ କିଣା ସହାୟତା, ଯୋତା ଓ ହେଲମେଟ ପାଇଁ ସହାୟତା, ବିବାହ ସହାୟତା, ପ୍ରସୁତୀକାଳୀନ ସହାୟତା ଓ କୁଶଳତା ଅଭିବୃଦ୍ଧି ସହାୟତା ଆଦି ଅନେକ ଯୋଜନା । ସେହିପରି ଗ୍ରାମୀଣ କ୍ଷେତ୍ରରେ “ନିର୍ମାଣ ଶ୍ରମିକ ପକ୍କାଘର ଯୋଜନା” ମଧ୍ୟ ଚାଲୁଛି । କିନ୍ତୁ କୃଷି ଶ୍ରମିକଙ୍କୁ ବାସିରେ ପଚାରୁ ନାହାନ୍ତି ରାଜ୍ୟ ସରକାର  । ସେମାନଙ୍କ କଲ୍ୟାଣ ପାଇଁ ନାହିଁ କୌଣସି ଯୋଜନା । ଯେପରି କୃଷି କ୍ଷେତ୍ରରେ କାମ କରୁଥିବା ଶ୍ରମିକ ମାନେ ରାଜ୍ୟ ସରକାରଙ୍କ ସାବତ ପୁଅ ପାଲଟି ଯାଇଛନ୍ତି । 

ରାଜ୍ୟରେ ଅଣସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ମାନଙ୍କ ସଂଖ୍ୟା କେତେ ତାର ହିସାବ ମଧ୍ୟ ରାଜ୍ୟ ସରକାରଙ୍କ ପାଖେ ନାହୁଁ ଯାହା ବିଭାଗୀୟ ମନ୍ତ୍ରୀ ନିଜେ ବିଧାନସଭାରେ ସ୍ୱୀକାର କରିଛନ୍ତି । 

ଖାଲି ସେତିକି ନୁହେଁ ରାଜ୍ୟରେ କେତେ ବାଳ ଶ୍ରମିକ ଅଛନ୍ତି ତାର ହିସାବ କୌଣସି ସରକାର ହିସାବ ମଧ୍ୟ ସରକାରୀ ଭାବେ ହେଇନାହିଁ । ଶେଷଥର ପାଇଁ ୧୯୯୭ ମସିହାରେ ରାଜ୍ୟରେ ବାଳ ଶ୍ରମିକ ଗଣନା ହୋଇଥିଲା । ସେବେଠାରୁ ଆଉ ବାଳ ଶ୍ରମିକ ଗଣନା ହୋଇନାହିଁ । ଏଥିରୁ ସ୍ପଷ୍ଟ ଜଣାପଡୁଛିଯେ କେତେ ଯତ୍ନବାନ ଅଟନ୍ତି ଆମ ରାଜ୍ୟ ସରକାର ଶିଶୁୁ ଶ୍ରମିକ ମାନଙ୍କ ପାଇଁ । ରାଜ୍ୟରେ ୩୦ ଟି ଯାକ ଜିଲ୍ଲାରେ ଶିଶୁ ଶ୍ରମିକଙ୍କ ଥଇଥାନ ପାଇଁ ବିଦ୍ୟାଳୟ ଖୋଲାଯାଇଥିଲା । ସେଥିରୁ ଏବେ ୨୪ ଟି ବନ୍ଦ । 
  • Tags:

Subscribe

National International State Sports Entertainment