କେମିତି ଚାଲିଛି ଇ-ଗଭର୍ଣ୍ଣନାସ୍, ମନ୍ତ୍ରୀଙ୍କ ଫଟୋ ସାଙ୍ଗେ ସାଙ୍ଗେ ଅପଡେଟ ହେଲେ ଓେବସାଇଟରେ ଜନ ଗଣନା ରିପୋର୍ଟ ୧୯୯୧ର
Khabar Odisha:Government-Websites-Of-Odisha-Are-Not-Updated
ସରକାର କହୁଛନ୍ତି ଇ-ଗଭର୍ଣ୍ଣନାସ୍ ଆମ ସରକାରର ପ୍ରାଥମିକତାରେ ଅଛି । ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ବି ଦେଇଛନ୍ତି ସବୁ ବିଭାଗ ମାନଙ୍କୁ ଓେବସାଇଟରେ ସରକାରୀ ତଥ୍ୟକୁ ଉପଲବଧ୍ କରେଇବାକୁ । ଖାଲି ସେତିକି ନୁହେଁ ମନ୍ତ୍ରୀ ମାନଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ, ଏସ୍ପିଙ୍କୁ ମଧ୍ୟ ଲିଖିତ ନିର୍ଦ୍ଦେଶ ଅଛି ସୋସିଆଲ ମେଡିଆରେ ଆସୁଥିବା ଅଭିଯୋଗକୁ ସମାଧାନ କରିବା ପାଇଁ । ହେଲେ କାହିଁକି ଏପରି କରାଯାଇଛି ? କାରଣ ଏବେ ମୋବାଇଲ ଆଉ ଇଣ୍ଟରନେଟ ଯୋଗାଯୋଗର ଏକ ବଡ ପ୍ଲାଟଫର୍ମ ପାଲଟିଛି ।

ଇ-ଗଭର୍ଣ୍ଣନାସ୍ ଆଳରେ କୋଟି କୋଟି ଟଙ୍କା ଖର୍ଚ୍ଚ ବି ହେଉଛି । କିନ୍ତୁ ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରମୁଖ ବିଭାଗର ଓେବସାଇଟରେ ରହିଥିବା ତଥ୍ୟ କୁ ସମୟ ଅନୁସାରେ ବଦଳା ଯାଉନାହିଁ । ପଇସାର ପ୍ରାବଧାନ ଥିବା ବେଳେ କାହିଁକି ବିଭିନ୍ନ ଓେବସାଇଟକୁ ଅପଡେଟ କରାଯାଉନାହିଁ ତାକୁ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ । ଖାଲି ବିଭାଗୀୟ ମନ୍ତ୍ରୀ ଯଦି ଅଦଳ ବଦଳ ହେଉଛନ୍ତି ତା ହେଲେ ସାଙ୍ଗେ ସାଙ୍ଗେ ଏହା ଅପଡେଟ କରାଯାଉଛି । ପଂଚାୟତରାଜ ବିଭାଗ ଏକ ପ୍ରମୁଖ ବିଭାଗ । ହେଲେ ପଂଚାୟତରାଜ ବିଭାଗର ଓେବସାଇଟରେ ଜନସଂଖ୍ୟାର ଯେଉଁ ତଥ୍ୟ ଅଛି ତା ୧୯୯୧ ମସିହାର ଜନଗଣନା ରିପୋର୍ଟ । ତାପରେ ଅାଉ ଦୁଇଥର ଜନଗଣନା 2001, ଏବଂ 2011 ହୋଇଥିବାବେଳେ ବିଭାଗୀୟ ଓେବସାଇଟରେ କାହିଁକି ଏହାକୁ ଦିଅାଯାଇନାହିଁ ତାହା ବିଭାଗର କାର୍ଯ୍ୟଦକ୍ଷତା ଉପରେ ଏକ ପ୍ରଶ୍ନ ଠିଅା କରିଛି । ଖାଲି ଜନସଂଖ୍ୟା ର ତଥ୍ୟ ନୁହେଁ ଆହୁରି ଅନେକ ବିଷୟରେ ତଥ୍ୟ ଖୋଜିଲେ କେଉଁଠି ୨୦୧୩-୧୪ରୁ ଅପଡେଟ କରାଯାଇନାହିଁ  ତ କେଉଁଠି ଲେଖାଯାଇଛି “କମିଙ୍ଗ ଶୁନ” । ଖାଲି ପଂଚାୟତ ରାଜ ବିଭାଗର ଓେବସାଇଟ ଯେ ଏପରି ପଛରେ ପଡିଛି ତା ନୁହେଁ ପ୍ରାୟ ସବୁ ବିଭାଗରେ ସରକାରୀ ଓେବସାଇଟରେ ରହିଛୀ ଏପ୍ରକାର ଅବ୍ୟବସ୍ଥା ।

କୃଷି ବିଭାଗର ଓେବସାଇଟରେ ନୋଟିଫିକେସନ ପାଇଁ କ୍ଲିକ କଲେ ସେଠି ୨୦୧୦ର ପରଠାରୁ ଆଉ କୌଣସି ତଥ୍ୟ ନଥିବା ଦେଖିବାକୁ ମିଳିଛି  । ପଲିସି ଆଉ ପ୍ୟାକେଜ ସେକ୍ସନ ବି ୨୦୧୩ ପରଠାରୁ ଅପଡେଟ ହୋଇନାହିଁ । 

ଶକ୍ତି ବିଭାଗର ସ୍ଥିତି ବି ଆହୁରି ଦୁର୍ବଳ । ଶକ୍ତି ବିଭାଗର ଓେବସାଇଟରେ ନିୟୁଜ ଆଉ ଆନାୟୁନସମେଣ୍ଟ ଜାନୁୟାରୀ ୨୦୧୬ରୁ ଅପଡେଟ ହୋଇନାହିଁ । ସେହିପରି ନୋଟିଫିକେସନ ଆଉ ସର୍କୁଲାର ସେକ୍ସନବି ୨୯/୦୬/୨୦୧୫ ପରଠାରୁ ଅପଡେଟ ହୋଇନାହିଁ ।

ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ଜଳ ସମ୍ପଦ ବିଭାଗର ବାର୍ଷୀକ ରିପୋର୍ଟ ୨୦୧୫-୧୬ରେ ଶେଷ ଥର ପାଇଁ ଅପଡେଟ ହୋଇଥିଲା । ୨୦୧୬-୧୭ ଆର୍ଥୀକ ବର୍ଷ ସରିବା ୨ ମାସ ହୋଇସାରିଥିଲେ ବି ଏହାର ବାର୍ଷିକ ରିପୋର୍ଟ ଅପଡେଟ ହୋଇନାହିଁ  ।

ଆଇନ ବିଭାଗରେ ମଧ୍ୟ ସର୍କୁଲାର ନୋଟିଫିକେସନ ସେକ୍ସନ ୨୦୧୫ ପରଠାରୁ ଅପଡେଟ ହେଉନାହିଁ । ସେହିପରି ବିଭିନ୍ନ ବିଭାଗରେ ନୁଆ କରି ଦାୟିତ୍ୱ ନେଉଥିବା ସଚିବ ମାନଙ୍କ ନାଁ ଏବେ ବି ସେଇ ପୁରୁଣା ବିଭାଗ ମାନଙ୍କରେ ଅଛି ।
  • Tags:

Subscribe

National International State Sports Entertainment