୧୪ ଲକ୍ଷ ଚାଷି ୪୪୯୨ କୋଟି ଟଙ୍କାର ମଦ ପିଇଦେଲେ - ଦାମ ବାବୁ ! କୃଷକଙ୍କୁ ଅପମାନ ନୁହେଁକି ?
Khabar Odisha:Damodar-Rout-said-many-defaulters-of-farm-loans-spending-on-drinking-alcohol-or-towards-wedding-in-the-family

ଦାମ ରାଉତ ରାଜ୍ୟର ସବୁଠାରୁ ପୁରୁଖା ମନ୍ତ୍ରୀ ।  ଏକମାତ୍ର ଧୋତୀ ପିନ୍ଧା ବରିଷ୍ଠ ତଥା ବୟସ୍କ ମନ୍ତ୍ରୀ ।  ହାତରେ ଅଛି ସମବାୟ ବିଭାଗ ଆଉ ଅବକାରୀ  ।  ମାନେ କୃଷି ରୂଣ ଦେବା ଓ ମଦ ବିକ୍ରି କରିବା ସବୁ ହିସାବର ଦାୟିତ୍ୱ ଅଛି ମନ୍ତ୍ରୀ ଦାମ ରାଉତଙ୍କ ଉପରେ ।  ବିଭିନ୍ନ ପ୍ରସଙ୍ଗକୁ ନେଇ ଚମତକାର ବୟାନକୁ ନେଇ ସଦାସର୍ବଦା ବିବାଦରେ ରହୁଥିବା ଦାମୋଦର ରାଉତ ଆଗରୁ ଅନେକ ବିତର୍କିତ ମନ୍ତବ୍ୟ ଦେଇଛନ୍ତି  ।  ହେଲେ କୃଷି ଋଣ ଛାଡ଼ ସଂପର୍କରେ ଦାମବାବୁ ଯାହା କହିଛନ୍ତି ତାହା କିନ୍ତୁ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ଦେଖିଲେ ଘୋର ସାଙ୍ଘାତିକ  ।   ଦାମ କହିଛନ୍ତି ଯେ ଚାଷୀ ଋଣ ନେଇ ଚାଷ କାମରେ ଲଗାଉନାହିଁ  ।  ସେହି ଟଙ୍କାକୁ ସେ ଝିଅ ବାହାଘର କରୁଛି ଓ ମଦ ପିଉଛି  ।  

 

ଗଣତନ୍ତ୍ରରେ ମନ୍ତ୍ରୀଙ୍କର ବକ୍ତ୍ୟବକୁ ସରକାରଙ୍କର ସ୍ବୀକୃତ ମତ ବୋଲି ଧରାଯାଏ  ।  ମନ୍ତ୍ରୀ ଦାମ  ରାଉତ ହେଉଛନ୍ତି ସମାବୟ ବିଭାଗର ମନ୍ତ୍ରୀ  ।  କୃଷି ରୂଣ ଦେବା ଓ ତାକୁ ଠିକ କୃଷକଙ୍କ ପାଖରେ ପହଂଚାଇବା ଦାମ ରାଉତଙ୍କ ବିଭାଗର କାମ  ।   ଏବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ତାଙ୍କ ରାଜ୍ୟରେ କୃଷି ରୂଣ ଛାଡ କରିବାର ଘୋଷଣା କରିଛନ୍ତି  ।  ଏବେ ଆମ ରାଜ୍ୟରେ ମଧ୍ୟ ସରକାର ସେପରି କରିବେ ବୋଲି ଯୋଜନା କରୁଥିବା ବେଳେ ଜଣେ ବରିଷ୍ଠ ଆଉ ବୟସ୍କ ନେତା ଯିଏକି ସେହି ବିଭାଗର ମନ୍ତ୍ରୀ ଅଛନ୍ତି ଏପରି କହିବା ନିହାତି ଭାବେ ରାଜ୍ୟରେ କୃଷକ ମାନଙ୍କୁ ଅପମାନ କରିଛି  ।  ପଂଚାୟତ ନିର୍ବାଚନରେ ଚାପରେ ଥିବା ନବୀନ ବାବୁ କୃଷି ରୂଣ ଛାଡ କରି ଟିକେ ହାଲୁକା ହେବାକୁ ଚାହୁଁଥିଲା ବେଳେ ଦାମ ବାବୁଙ୍କର ଏପରି ବୟାନ ନିହାତି ଭାବେ ଦାମ ବାବୁ ଏବେଯେ ନବୀନ ବିରୋଧୀ ହୋଇଗଲେଣି ତାହା ମଧ୍ୟ ହୁଏତ ଅନୁମାନ କରାଯାଇପାରେ ।


ଦାମ ବାବୁଙ୍କ ଯୁକ୍ତି ହେଲା ଓଡିଶାରେ ଭାଗ ଚାଷିଙ୍କ ସଂଖ୍ୟା ସର୍ବାଧୀକ । ସେଥିପାଇଁ ପ୍ରକୃତ ଚାଷୀ ରୂଣ ପାଉନାହାନ୍ତି  ।  ରାଜ୍ୟରେ ବିଜୁ ଜନତା ଦଳ ଦୀର୍ଘ ୧୭ ବର୍ଷ ହେଲାଣି ଶାସନରେ ଅଛି  ।  କିଏ ମନାକରିଥିଲା ସରକାରଙ୍କୁ ପ୍ରକୃତ ଚାଷିଙ୍କୁ ଚିହ୍ନଟ କରିବାକୁ  ।  କିଏ ମନାକରିଥିଲା ଭାଗଚାଷି କିପରି ରୂଣ ପାଇପାରିବେ ତାର ସୁବ୍ୟବସ୍ଥା କରିବାକୁ  ।  ଯଦି କ୍ରମାଗତଭାବେ ଚାରି ଚାରି ଥର ସରକାରରେ ରହି ଭାଗଚାଷୀଙ୍କର ସମସ୍ୟାକୁ ସମାଧାନ ନକରିପାରି ଓ ନିଜ ଦାୟିତ୍ୱ ଠିକ ଭାବେ ନକରି ଦୋଷ ଜନସାଧାରଣଙ୍କୁ ଦିଆଯିବ ତାହେଲେ ତା ନିଶ୍ଚୟ ଭାବେ ନିନ୍ଦାର ବିଷୟ  ।  ଯଦି ବିଭାଗିୟ ମନ୍ତ୍ରୀଙ୍କର ପାଖରେ ତଥ୍ୟ ଥିଲା କି ପ୍ରକୃତରେ ଚାଷିଙ୍କୁ ରୂଣ ମିଳୁନି ତା ହେଲେ ସରକାରର ଦାୟୀତ୍ୱ ହେଉଛି କିପରି ତାକୁ ରୋକାଯାଇପାରିବ  ।  ରାଜ୍ୟ ସରକାର ବିଭିନ୍ନ ସମୟରେ ଢେର ବିଂଗ୍ୟାପନ ଦେଇଛନ୍ତି ପ୍ରଚାର କରିଛନ୍ତି କି ସରକାର ଚାଷିଙ୍କ ସୁବିଧା ପାଇଁ ହଜାର ହଜାର କୋଟି ଟଙ୍କାର କୃଷି ରୂଣ ଦେଲେ  ।  ବିଭାଗୀୟ ମନ୍ତ୍ରୀ ଦାମୋଦର ରାଉତ  ତା – ୦୪/୦୫/୨୦୧୬ ରେ ବିଧାନସଭାରେ ଉତ୍ତର ଦେଇଥିଲେ କି ରାଜ୍ୟରେ ୨୦୧୫-୧୬ ବର୍ଷ ପାଇଁ ସମୁଦାୟ ୪୪୯୨ କୋଟି ଟଙ୍କାର ରୂଣ ଦିଆଯାଇଛି । ରୂଣ ପାଇଛନ୍ତି ୧୪ ଲକ୍ଷ ୬୨ ହଜାର ୩୫୬ ଚାଷୀ  ।  ତାହେଲେ ମନ୍ତ୍ରୀଙ୍କର ବିଧାନସଭାରେ ଉତ୍ତର ଆଉ ଏବେ ଗଣମାଧ୍ୟମରେ ଦେଇଥିବା ବୟାନରୁ ବୁଝାପଡୁଛିକି କଣ ସତରେ ରାଜ୍ୟରେ ୧୪ ଲକ୍ଷ ଚାଷି ମଦୁଆ ଅଟନ୍ତି  ।  ହେଇଥିବ !!! କାରଣ ତାର ଉତ୍ତର କେବଳ ଅବକାରୀ ବିଭାଗର ମନ୍ତ୍ରୀ ହିଁ ଦେଇପାରିବେ ।
  • Tags:

Subscribe

National International State Sports Entertainment