Home >
ପଶ୍ଚିମବଙ୍ଗରେ ରହୁଥିବା ଏକ କୋଟି ବାଂଲାଦେଶୀକୁ ତାଙ୍କ ଦେଶକୁ ପଠାଇବୁ: ଘୋଷ
Khabar Odisha:national-odisha-committed-to-nrc-will-send-back-1-crore-illegal-bangladeshis-living-in-bengal-says-bjp-dilip-ghosh
କୋଲକାତା, ଜାନୁଆରୀ୧୯(ଖବର ଓଡ଼ିଶା):

 ପଶ୍ଚିମବଙ୍ଗ ବିଜେପି ରାଜ୍ୟ ସଭାପତି ଦୀଲିପ ଘୋଷ କହିଛନ୍ତି ଯେ, କେନ୍ଦ୍ର ସରକାର ସମଗ୍ର ଦେଶରେ ଏନଆରସି ଲାଗୁ କରିବାକୁ ପ୍ରତିବଦ୍ଧ। ତେଣୁ ପଶ୍ଚିମବଙ୍ଗରେ ବେଆଇନ ଭାବେ ରହୁଥିବା ଏକ କୋଟି ବାଂଲାଦେଶୀଙ୍କୁ ତାଙ୍କ ଦେଶକୁ ପଠାଇ ଦିଆଯିବ। ଯେଉଁ ଲୋକ ସିଏଏର ବିରୋଧ କରୁଛନ୍ତି, ସେମାନେ ବାସ୍ତବରେ ଭାରତର ମୂଳ ସିଦ୍ଧାନ୍ତ ବିରୋଧରେ ଅଛନ୍ତି। ଏହି କାରଣରୁ ହିନ୍ଦୁ ଶରଣାର୍ଥୀଙ୍କୁ ନାଗରିକତା ଦେବାକୁ ବିରୋଧ କରୁଛନ୍ତି। 

ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଏକ ରାଲିକୁ ସମ୍ବୋଧିତ କରି ଘୋଷ କହିଛନ୍ତି, ସିଏଏକୁ ବିରୋଧ କରୁଥିବା ଲୋକ ଅଣବଙ୍ଗାଳି ଅଟନ୍ତି ଏବଂ ସେମାନେ ଭାରତର ମୂଳ ସିଦ୍ଧାନ୍ତ ବିରୋଧୀ। ପଶ୍ଚିମବଙ୍ଗରେ ଏକ କୋଟି ବେଆଇନ ମୁସଲିମଙ୍କୁ ଏଠାକାର ରାଜ୍ୟ ସରକାର ଦ୍ଵାରା ୨ ଟଙ୍କିଆ ଚାଉଳ ଯୋଗାଇ ଦିଆଯାଉଛି। ସେମାନେ ରାଜ୍ୟରେ ଆଡ୍ଡା ଜମାଇଛନ୍ତି। ସେମାନଙ୍କୁ ଆମେ ତାଙ୍କ ଦେଶକୁ ଫେରାଇ ଦେବୁ। 

ଘୋଷ କହିଛନ୍ତି  ଏହି ଅବୈଧ ବାଂଲାଦେଶୀ ମୁସଲମାନ ରାଜ୍ୟରେ ହୋଇଥିବା ହିଂସାକାଣ୍ଡରେ ସାମିଲ।  ଧାର୍ମିକ ଆଧାରରେ ପ୍ରତାଡ଼ିତ ହୋଇ ନିଜର  ଜୀବନ ବଞ୍ଚାଇ ଭାରତକୁ ଆସିଥିବା ହିନ୍ଦୁ ଶରଣାର୍ଥୀଙ୍କୁ ସମର୍ଥନ ଦେଲେ ଯଦି ମୋତେ ସାଂପ୍ରଦାୟିକ ଘୋଷିତ କରାଯାଉଛି, ତେବେ ଏଥିପାଇଁ ମୋ ମନରେ କୌଣସି ପଶ୍ଚାତାପ ନାହିଁ।

Subscribe

National International State Sports Entertainment