Home >
ପୁଣି ଥରେ ଲୋକ ହସା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, ଲୋକେ କହିଲେ ଧନ୍ଦା ବଦଲାଇ ଦେଲେଣି ଇମ୍ରାନ !
Khabar Odisha:imran-khan-became-the-driver-of-turkish-president-people-said-what-changed-the-business
ପାକିସ୍ତାନ,ଫେବୃଆରୀ ୧୪ (ଖବର ଓଡ଼ିଶା):

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ଦେଶକୁ ଆସୁଥିବା ଅନ୍ୟ ଦେଶର ଅତିଥି ମାନଙ୍କୁ ଖୁସି କରିବା ପାଇଁ କଣ କଣ କରୁଛନ୍ତି, ତାହାର ଏକ ନମୂନା ପୁଣି ଥରେ ଦେଖିବାକୁ ମିଳିଛି ରାୱଲପିଣ୍ଡିର ନୂର ଖାନ ଏୟାରବେସରେ । ତୁର୍କୀ ରାଷ୍ଟ୍ରପତି ରିସେପ ତୈୟପ ଏର୍ଦାଗନ ଗୁରୁବାର ପାକିସ୍ତାନ ଗସ୍ତରେ ଆସିକି ପହଁଞ୍ଚିଛନ୍ତି ।  ତୁର୍କୀ ରାଷ୍ଟ୍ରପତି ରିସେପ ତୈୟପ ଏର୍ଦାଗନଙ୍କୁ ବିମାନ ବନ୍ଦରରେ ସ୍ୱାଗତ କରିବା ପାଇଁ ନିଜେ ଇମ୍ରାନ ଖାନ ବିମାନ ବନ୍ଦରରେ ପହଁଞ୍ଚି ଯାଇଥିଲେ । ତୁର୍କୀ ରାଷ୍ଟ୍ରପତି ରିସେପ ତୈୟପ ଏର୍ଦାଗନଙ୍କୁ ଗାର୍ଡ ଅଫ ଅନର ଦିଆଯିବା ପରେ ଯେତେବେଳେ ତୁର୍କୀ ରାଷ୍ଟ୍ରପତି ରିସେପ ତୈୟପ ଏର୍ଦାଗନ ହୋଟଲକୁ ଯିବା ପାଇଁ କାର ନିକଟକୁ ଯିବାବେଳେ ଇମ୍ରାନ ଖାନ କାର ନିକଟରେ ପହଁଞ୍ଚି ନିଜେ ଯାଇ ଡ୍ରାଇଭର ସିଟରେ ବସି ଯାଇଥିଲେ ଓ ତୁର୍କୀ ରାଷ୍ଟ୍ରପତି ରିସେପ ତୈୟପ ଏର୍ଦାଗନଙ୍କୁ ସଙ୍ଗରେ ଧରି ବାହାରି ଯାଇଥିଲେ ।

ତେବେ କେହି କିଛି ବୁଝିବା ପୂର୍ବରୁ ଜଣାପଡିଥିଲା ଯେ ତୁର୍କୀ ରାଷ୍ଟ୍ରପତି ରିସେପ ତୈୟପ ଏର୍ଦାଗନଙ୍କୁ ସାଥିରେ ଧରି ଇମ୍ରାନ ଖାନ ପାକିସ୍ତାନ ରାଷ୍ଟ୍ରପତି ଆରିଫ ଅଲଭିଙ୍କ ଘରକୁ ଯାଇଥିଲେ ବୋଲି । ତେବେ ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ଯେ ଇମ୍ରାନ ଖାନଙ୍କ ଡ୍ରାଇଭର ଭୂମିକା ନୂଆ ନୂହେଁ ଏହା ପୂର୍ବରୁ ମଧ୍ୟ ସାଉଦି ଆରବର କ୍ରାଉନ ପ୍ରିନସ ମହମ୍ମଦ ବିନ ସାଲହା ଯେବେ ପାକିସ୍ତାନ ଗସ୍ତରେ ଆସିଥିଲେ ସେତେବେଳେ ମଧ୍ୟ ଇମ୍ରାନ ଖାନ ସାଉଦି ଆରବର କ୍ରାଉନ ପ୍ରିନସ ମହମ୍ମଦ ବିନ ସାଲହାଙ୍କ ଗାଡିର ଡ୍ରାଇଭର ବନିଥିଲେ । 

ତେବେ ଇମ୍ରାନ ଏହିଭଳି ବାରମ୍ୱାର ଗାଡିର ଡ୍ରାଇଭର ବନିବା ନେଇ ସୋସିଆଲ ମିଡିଆରେ ୟୁଜର୍ସଙ୍କ ଟ୍ରୋଲର ଶିକାର ହୋଇଛନ୍ତି । ପାକିସ୍ତାନ ସୋସିଆଲ ମଡିଆ ୟୁଜର୍ସ ଇମ୍ରାନଙ୍କୁ ପ୍ରବଳ ଟ୍ରୋଲ କରିବା ସହ ଲେଖିଛନ୍ତି ଇମ୍ରାନ ଖାନ ବୋଧେ ନିଜ ପେଶା ବଦଳାଇଦେଲେ । ଆଉ କେତେକ ୟୁଜର୍ସ ଲେଖିଛନ୍ତି ଦୟାକରି ଇମ୍ରାନ ଖାନଙ୍କୁ ଗାଡିର ଡ୍ରାଇଭିଂ ପାଇଁ ଫାଇଭ ଷ୍ଟାର ରେଟିଂ ଦେଇ ଦିଅନ୍ତୁ ତୁର୍କୀ ରାଷ୍ଟ୍ରପତି ରିସେପ ତୈୟପ ଏର୍ଦାଗନ । ସେହିପରି ଆଉ ଏକ ୟୁଜର୍ସ ଲେଖିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଯେବେ ପାକିସ୍ତାନ ଗସ୍ତରେ ଆସିବେ ସେବେ ଇମ୍ରାନ ଖାନ ତାଙ୍କ ବୁଟ ପଲିସ କରିବା ପାଇଁ ପ୍ରସ୍ତୁତ ହୋଇ ରହିଥିବା ଉଚିତ ।

  • Tags:

Subscribe

National International State Sports Entertainment