Home >
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସର ରେଡ଼୍‌
Khabar Odisha:Vigilance-raid-on-supply-officers-house-over-allegations-of-non-revenue-assets
ନୟାଗଡ , ଡିସେମ୍ବର ୦୪ (ଖବର ଓଡ଼ିଶା):

ନୟାଗଡ଼ର ସରକାରୀ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସର ରେଡ଼୍ । ଏଏସଓ ଜୟନ୍ତ ଦାଶଙ୍କ ୬ ଟି ସ୍ଥାନରେ ଚାଲିଛି ଭିଜିଲାନ୍ସର ରେଡ଼୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ଼୍ ।

ଏକାସାଙ୍ଗେ ଜୟନ୍ତ ଦାସଙ୍କ ନୟାଗଡ, ଓଡଗାଁ ବାସଭବନ ସମେତ ଏକକାଳୀନ ୬ଟି ସ୍ଥାନରେ ରେଡ୍ ଚାଲିଛି । ବର୍ତ୍ତମାନ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ସେନେଇ କିଛି ବିଶେଷ ତଥ୍ୟ ସୂଚନା ମିଳିନାହିଁ ।

ଏନେଇ ଭିଜିଲାନ୍ସ ଡିଏସ୍‌ପିଙ୍କ ପକ୍ଷରୁ ସୂଚନା ମିଳିଛି । ତେବେ ବାରମ୍ବାର ଏପରି ଘଟଣା ଘଟୁଥିବା ସତ୍ତ୍ୱେ ଏମାନଙ୍କ ବିରୋଧ କିଛି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ।

ଗତ କିଛି ଦିନ ତଳେ ଜଣେ ସରକାରୀ ପିଅନ,ଯନ୍ତ୍ରୀ ଙ୍କ ଘରେ ଭିଜିଲାନ୍ସ ରେଡ଼୍ କରି ବିଭିନ୍ନ ଗୁରୁତ୍ୱପୁର୍ଣ୍ଣ କାଗଜ ସହ ଅନେକ ଗୁଡ଼ିକ ସୁନା ଗହଣା ଜବତ କରିଥିଲା । 

  • Tags:

Subscribe

National International State Sports Entertainment