କଳାହାଣ୍ଡି ଗଡଜାତ ଅଞ୍ଚଳରେ ଆଜି ପାଳନ ହେଉଛି ନୂଆଁଖାଇ । ଆଜି କଳାହାଣ୍ଡିର ଅଧୃଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ଵରୀଙ୍କ ପୀଠରେ ଲାଗିହୋଇଛି ନବାନ୍ନ । ନୂଆଁ ଖାଇଛନ୍ତି ଭବାନିପାଟଣା ତଥା କଳାହାଣ୍ଡି ଗଡ଼ଜାତ ଅଞ୍ଚଳବାସୀ ।
କଳାହାଣ୍ଡି ଜିଲ୍ଲାରେ ତୃତୀୟ ପର୍ଯ୍ୟାୟରେ ଭବାନୀପାଟଣା, ଜୟପାଟଣା, ଳାଞ୍ଜିଗଡ, ଥୁଆମୁଲରାମପୁର, ମଦନପୁର ରାମପୁରର କିଛି ଅଞ୍ଚଳ ଦଶମୀ ତିଥିରେ ନୂଆଁଖାଇ ପାଲିଥାନ୍ତି । ଯାହାକୁ ନେଇ ଆଜି କଳାହାଣ୍ଡି ଗଡ଼ଜାତ ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଛି । ଆଜି ଦିନ ୧.୧୦ ଠାରୁ ୩.୩୦ ଯାଏ ନବାନ୍ନ ଲାଗି ପାଇଁ ଶୁଭ ସମୟ ରହି ଥିଲା । ତେବେ ମା ଙ୍କୁ ନବାନ୍ନ ଲାଗିପାରେ ସମସ୍ତେ ଘରେ ଘରେ ନୁଆଁ ଧାନ, ନୁଆଁ ଚୁଡା, ପିଠା ପଣା ଭୋଗ ଦେଇ ଇଷ୍ଟ ଦେବାଦେବୀଙ୍କୁ ଅର୍ପଣ କରିବା ପରେ ସପରିବାର ନବାନ୍ନ ଖାଉଛନ୍ତି । ଭବାନୀପାଟଣା, ଜୟପାଟଣା, ଲାଞ୍ଜିଗଡ଼, ଥୁଆମୂଳ ରାମପୁର, ମଦନପୁର ଆଦି ସମେତ ଅଞ୍ଚଳରେ ଆଜି ପାଳନ ହେଉଛି ନୂଆଁଖାଇ ।
ସୂଚନା ଅନୁଯାୟୀ, ସମଗ୍ର ପଶ୍ଚିମ ଓଡିଶାରେ ଗତ ୨୦ ତାରିଖରେ ନୂଆଁଖାଇ ପାଳିତ ହୋଇଥିବା ବେଳେ ରବିବାର ଦିନ କଳାହାଣ୍ଡି ଜିଲ୍ଲା ଗଡ଼ଜାତ ଅଞ୍ଚଳରେ ପାଳିତ ହେଉଛି ନୂଆଁଖାଇ । ପ୍ରତିବର୍ଷ ଦଶମୀ ତିଥି ରେ କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ଵରୀ ପୀଠରେ ନବାନ୍ନ ଲାଗି ହୋଇଛି । ଏହାପରେ ନୁଆଁଖାଇ ଭେଟ ଘାଟରେ ଦୁଲୁକିବ ଗାଁଠୁ ସହର ।
ଅଧିକ ପଢନ୍ତୁ;- ଶ୍ରୀମନ୍ଦିରରେ ଆଜି ଶ୍ରୀକୃଷ୍ଣ ଲୀଳାର ଅନ୍ତିମ ଦିନ କଂସ ବଦ୍ଧ :ବଡଦାଣ୍ଡ ପାଲଟିବ ମଥୁରା ନଗରୀ