Home >
ବିଧାୟକଙ୍କ ଗାଡି ଉପରକୁ ବୋମାମାଡ କରିବା ଘଟଣାରେ ଗିରଫ ହେଲେ ୩ ଜଣ ଅଭିଯୁକ୍ତ
Khabar Odisha:Three-people-have-been-arrested-in-connection-with-the-bombing-of-a-legislators-car
ଭୁବନେଶ୍ୱର,ଅକ୍ଟୋବର ୧୪(ଖବର ଓଡିଶା):

ଗତ ୧୦ ତାରିଖରେ ବିରୋଧୀ ଦଳର ମୁଖ୍ୟ ସଚେତକ ଥିବା ମୋହନ ମାଝୀଙ୍କ ଗାଡି ଉପରକୁ ବୋମାମାଡ ଘଟଣାରେ ଗିରଫ ହେଲେ ୩ ଅଭିଯୁକ୍ତ । ଏନେଇ ପ୍ରେସମିଟରେ ବିସ୍ତୃତ ସୂଚନା ଦେଇଛନ୍ତି ଏସପି ।

 ଏହି ୩ ଅଭିଯୁକ୍ତଙ୍କୁ ଗିରଫ କଲା କେନ୍ଦୁଝର ପୁଲିସ । ମୋହନ ମାଝୀ ଏକ ବୈଠକ ସାରି ଫେରୁଥିବା ସମୟରେ ମଣ୍ଡୁଆ ନିକଟରେ ବୋମାମାଡ ହୋଇଥିଲା । 

ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ବିଧାୟକଙ୍କ ଗାଡି ଉପରକୁ ବୋମା ମାଡ କରିଥିଲେ । ତେବେ ଏହି ଘଟଣା ନେଇ ଟାଉନ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତନାଘନା ଆରମ୍ଭ କରିଥିଲା । ବର୍ତ୍ତମାନ ଏହି ୩ ତିନି ଜଣ ଗିରଫ ହେବା ପରେ ପୋଲିସ୍ ଆହୂରୀ ଖୋଳତାଡ଼ ଜାରୀ ରଖିଛି ।

  • Tags:

Subscribe

National International State Sports Entertainment