Home >
ତୃତୀୟ ଲହର ପ୍ରସ୍ତୁତି: ସଂକ୍ରମଣ ରୋକିବା ପାଇଁ ନାସାଲ ସ୍ପ୍ରେର କ୍ଲିନିକାଲ ଟ୍ରାଏଲ ଆରମ୍ଭ କଲା ITC
Khabar Odisha:Third-Wave-Preparation-Nasal-Spray-Clinical-Trial-Launched-by-ITC-to-Prevent-Infection

ନୂଆଦିଲ୍ଲୀ, ନଭେମ୍ବର ୨୫(ଖବର ଓଡ଼ିଶା): ଦେଶରେ ବଢିଛି କରୋନା ମହାମାରୀର ତୃତୀୟ ଲହର ଭୟ । ଯାହାକୁ ନେଇ ଏବେ ପୁଣି ଆରମ୍ଭ ହୋଇଛି ତୃତୀୟ ଲହର ପ୍ରସ୍ତୁତି ।

ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଭ୍ୟାକ୍ସିନ୍ ପ୍ରସ୍ତୁତି ଶେଷ ହୋଇ ଟିକାକରଣ ଶେଷ ହେବାକୁ ଥିବା ବେଳେ ବର୍ତ୍ତମାନ କରୋନା ସଂକ୍ରମଣକୁ ରୋକିବା ପାଇଁ ଆସିବାକୁ ଯାଉଛି ନାସାଲ ସ୍ପ୍ରେ । ଏବେ ଏହି ନାସାଲ ସ୍ପ୍ରେର କ୍ଲିନିକାଲ ଟ୍ରାଏଲ ଆରମ୍ଭ କରିଛି ଆଇଟିସି ।

ଏହା କରୋନା ବିରୋଧରେ ନୂଆ ଅସ୍ତ୍ର ହେବ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଉଛି । ବର୍ତ୍ତମାନ ସୁଦ୍ଧା ଟିକା ଉପରେ ଭରଷା କରାଯାଉଥିବା ବେଳେ ଆସନ୍ତା ଦିନ ମାନଙ୍କରେ ନାସାଲ ସ୍ପ୍ରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିବାକୁ ଯାଉଛି କରୋନା ବିରୋଧରେ ଜାରି ଥିବା ଯୁଦ୍ଧରେ ।

ତେବେ ଏହି ନାସାଲ ସ୍ପ୍ରେର କ୍ଲିନିକାଲ ଟ୍ରାଏଲ ଆରମ୍ଭ କରିଛି କମ୍ପାନୀ । ଆଇଟିସି ଏହାକୁ ନେଇ ବହୁ ଆଶାବାଦୀ ରହିଥିବା ବେଳେ ଖୁବ୍ ଶୀଘ୍ର କ୍ଲିନିକାଲ ଟ୍ରାଏଲର ଫଳାଫଳ ଆସିବାକୁ ଯାଉଛି ଏହାପରେ ଦେଶରେ କରୋନା ପାଇଁ ନାସାଲ ସ୍ପ୍ରେ ମଧ୍ୟ ଉପଲବ୍ଧ ହୋଇପାରିବ ।

  • Tags:

Subscribe

National International State Sports Entertainment