ଗୁରୁବାର ଆରମ୍ଭ ହେବ ବିଧାନସଭାର ଶୀତ କାଳୀନ ଅଧିବେଶନ ଭୁବନେଶ୍ୱର, ନଭେମ୍ବର 22(ଖବର ଓଡ଼ିଶା) Share story: ଗୁରୁବାର ଆରମ୍ଭ ହେବ ବିଧାନସଭାର ଶୀତ କାଳୀନ ଅଧିବେଶନ । ସରକାରଙ୍କୁ ଘେରିବାକୁ ସଜବାଜ ହେଲେଣି ବିରୋଧୀ । ଚାଷୀ ସମସ୍ୟା, ଫସଲ ବୀମା ନମିଳିବା, ମଣ୍ଡି ସମସ୍ୟା , ଧାନ କିଣାରେ କଟନୀ ଛଟନୀ, ଦାଦନ ସମସ୍ୟା, ବେକାରୀ ସମସ୍ୟା ଏବଂ ଆଇନଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗ ବି ବିଧାନସଭାରେ ଉଠାଇବାକୁ ଯୋଜନା କରିଛନ୍ତି ବିରୋଧୀ । ବିଧାନସଭା ଆରମ୍ଭ ରୁ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ ପ୍ରସଙ୍ଗକୁ ନେଇ କମ୍ପିବ ଗୃହ । ଏବେଠୁ ଏହାର ଇଶାରା ଦେଇ ସାରିଲେଣି ବିରୋଧୀ । କାରଣ ଏଭଳି ଘଟଣା ପୂର୍ବରୁ କେବେ ବି ଓଡିଶାରେ ଦେଖିବାକୁ ମିଳିନଥିଲା । ପ୍ରଥମ ଥର ପାଇଁ ଏହି ମାମଲାରେ ଆଇଏଏସ, ଆଇପିଏସ ସମେତ ଏକାଧିକ ବଡ ନେତା ସାମିଲ ଥିବା ଚର୍ଚ୍ଚା ହେଉଛି । ଖବର ଓଡ଼ିଶା, Reporter, 22/11/2022