ମେଡିକାଲ ପରିସରରୁ ଉଦ୍ଧାର ହେଲା ନବଜାତ, ଜନ୍ମ ପରେ କେହି ବ୍ୟାଗ୍ରେ ଫିଙ୍ଗି ଦେଇଥିବା ସନ୍ଦେହ ଭଦ୍ରକ,ସେପ୍ଟେମ୍ବର ୨୩(ଖବର ଓଡିଶା): Share story: ମେଡିକାଲ ପରିସରରୁ ଉଦ୍ଧାର ହେଲା ନବଜାତ। ଜନ୍ମ ପରେ କେହି ନବଜାତଟିକୁ ବ୍ୟାଗ୍ରେ ଫିଙ୍ଗି ଦେଇଥିବା ଜଣାପଡିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ। ସୂଚନା ଅନୁସାରେ, ମେଡିକାଲ ପରିସରରେ ଥିବା ବାଇକ ପାର୍କିଂ ପାଇଁ ଯିବା ବେଳେ ଏକ ବ୍ୟାଗ୍ ଲୋକେ ଦେଖିଥିଲେ। ଦୀର୍ଘ ସମୟ ପରେ ବ୍ୟାଗକୁ କେହିନନେବାରୁ ଲୋକେ ଖୋଲି ଦେଖିଥିଲେ । ପରେ ବ୍ୟାଗ ଭିତରେ ଏକ ନବଜାତକ ଥିବା ଦେଖିବାକୁ ପାଇଥିଲେ । ଏନେଇ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ। ପୋଲିସ ଉପସ୍ଥିତିରେ ବ୍ୟାଗ ଖୋଲିବା ପରେ ଏକ ନବଜାତକର ମୃତଦେହ ମିଳିଥିଲା । ଖବର ଓଡ଼ିଶା, Reporter, 22/09/2022