କୋଲକାତା, ଜାନୁଆରୀ ୧୪ (ଖବର ଓଡ଼ିଶା) :
ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୧ । ଆଜି ଗ୍ରୁପ-ବି ର ଏକ ମ୍ୟାଚରେ ତାମିଲନାଡୁକୁ ଭେଟିବାକୁ ଯାଉଛି ଓଡିଶା । ଏହି ମ୍ୟାଚ କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯିବ । ପୂର୍ବରୁ ତାମିଲନାଡୁ ଖେଳିଥିବା ଦୁଇଟି ଯାକ ମ୍ୟାଚରେ ଦଳ ବିଜୟ ହାସଲ କରିଥିବା ବେଳେ ଓଡିଶା ଦୁଇଟିଯାକ ମ୍ୟାଚରେ ପରାଜୟ ବରଣ କରିଛି । ତାମିଲନାଡୁ ଦଳ ଆସାମ ଏବଂ ଝାଡଖଣ୍ଡକୁ ହରାଇଥିବା ବେଳେ ବେଙ୍ଗଲ ଏବଂ ହାଇଦ୍ରାବାଦ ଠାରୁ ପରାଜୟ ବରଣ କରିଛି ଓଡିଶା ।