Home >
ବିଧାନସଭା ବଜେଟ୍ ଅଧିବେଶନ : ସାମ୍ବାଦିକଙ୍କ ଉପରୁ ରୁଲିଂ ପ୍ରତ୍ୟାହାର ଦାବୀରେ ଗୃହ ଆରମ୍ଭରୁ ହଟ୍ଟଗୋଳ, ଦିନ ୩ଟା ଯାଏଁ ମୁଲତବୀ
Khabar Odisha:State-Odisha-Odisha-Assembly-Adjourned-upto-3pm-Today
ଭୁବନେଶ୍ୱର, ଫେବୃଆରୀ ୧୫ (ଖବର ଓଡ଼ିଶା):

ଆଜି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ଦିନ । ଗୃହ ଅରମ୍ଭରୁ ବିରୋଧିଙ୍କ ହଟ୍ଟଗୋଳ । ସାମ୍ବାଦିକଙ୍କ ଉପରୁ ରୁଲିଂ ପ୍ରତ୍ୟାହାର ଦାବୀରେ ପ୍ରବଳ ହଙ୍ଗାମା ଯୋଗୁଁ ବାଚସ୍ପତି ସୂର୍ଯ୍ୟପାତ୍ର ଗୃହକୁ ଦିନ ୩ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।  

ଆଜି ବିଧାନସଭା ବଜେଟ୍ ଅଧିବେଶନରେ ଗୃହ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଦେଖାଦେଇଛି ।  ତେବେ ପ୍ରଥମେ ଦିନ ସଢେ ୧୧ଟା ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା । ପୁଣି ସାଢେ ୧୧ଟାରୁ ଅଳ୍ପ ସମୟ ଚାଲିବା ପରେ ଅର୍ଥାତ ୪ ମିନିଟ୍ ଚାଲିବା ପରେ ପୁଣି ସାମ୍ବାଦିକଙ୍କୁ ଗତକାଲିର ଗ୍ୟାଲେରିରେ ଅଫିସର ଉପସ୍ଥିତ ନଥିବା ପ୍ରସଙ୍ଗ ନଛାପିବା ପାଇଁ ଯେଉଁ ରୁଲିଂ ଦେଇଥିଲେ ବାଚସ୍ପତି ସେନେଇ ପ୍ରବଳ ପାଟିତୁଣ୍ଡ ହୋଇଥିଲା ।  ଏହି ରୁଲିଂ ପ୍ରତ୍ୟାହାର କରିବାକୁ ଦାବୀ କରିଥିଲେ ଉଭୟ ବିରୋଧୀ ଦଳ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ଅନ୍ୟ ନେତା ଏବଂ ବିଜେପି ଦଳ ମଧ୍ୟ ଏହି ରୁଲିଂ ପ୍ରତ୍ୟାହାର କରିବାକୁ ବାଚିସ୍ପତିଙ୍କୁ ଦାବୀ କରିଥିଲେ । ଏହାପରେ ଗୃହରେ ଉଭୟ ବିରୋଧୀ ଦଳ ପ୍ରବଳ ହଙ୍ଗାମା କରିଥିଲେ । ଏହା ସହ ଗୃହର ମଧ୍ୟ ଭାଗକୁ ଆସି ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଓ ନାରାବାଜି କରିଥିଲେ । 

ତେବେ ଆଜି ଗୃହରେ ଗୋଳନ୍ଥରା ବସ୍ ଟ୍ରାଜେଡି ନେଇ ବିଜେପି ମୁଲତବୀ ପ୍ରସ୍ତାବ ଆଣିଥିବା ପ୍ରସଙ୍ଗରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଉତ୍ତର ରଖିବା କାର୍ଯ୍ୟ ଥିଲା । ବାଚସ୍ପତି ଉଭୟ ଦଳଙ୍କୁ ନିଜ ନିଜ ସିଟରେ ବସିବା ପାଇଁ କହିଥିଲେ ମଧ୍ୟ କେହି ଶୁଣି ନଥିଲେ । ଫଳରେ ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିପାରି ନଥିଲା । ତେଣୁ ଗୃହରେ ଶାନ୍ତି ପାଇଁ ବାଚସ୍ପତି ସୂର୍ଯ୍ୟ ପାତ୍ର ଦିନ ୩ଟା ଯଏଁ ଯାଏଁ ବିଧାନସଭା ମୁଲତବୀ ଘୋଷଣା କରିଛନ୍ତି । 

ଚଳିତ ବିଧାନସଭା ବଜେଟ୍ ଅଧିବେଶନରେ ମୋଟ ୩୧ଟି କାର୍ଯ୍ୟଦିବସ ରହିଛି । ଦୁଇଟି ପର୍ଯ୍ୟାୟରେ ବିଧାନସଭା ଚାଲିବ । ୧୪ ଦିନ ବଜେଟ ଉପରେ ଆଲୋଚନା ହେବାକୁ ଥିବା ବେଳେ ୪ ଦିନ ସରକାରୀ ଓ ୪ ଦିନ ବେସରକାରୀ ଦିବସ ରହିଛି । ୧୮ ତାରିଖରେ ଅର୍ଥମନ୍ତ୍ରୀ ବିଧାନସଭାରେ ବଜେଟ୍ ଉପସ୍ଥାପନ କରିବେ ।

  • Tags:

Subscribe

National International State Sports Entertainment