ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଭୁବନେଶ୍ୱର ମହାନଗର ନିଗମର ଉଦ୍ୟମରେ ଅତ୍ୟାଧୁନିକ ଜଟାୟୁ ମେସିନ ଦ୍ୱାରା ସଫେଇ କାର୍ଯ୍ୟ କରାଯିବ | ସମସ୍ତ ପ୍ରକାରର ଆବର୍ଜନା ଉଠାଇବା ପାଇଁ ଏହି ମେସିନ୍ କ୍ଷମତା ରଖିଛି । ଏହି ମେସିନ୍ କ୍ଷମତା 1.5 ଟନ୍ ରହିଛି । 9 ଇଞ୍ଚ ମୋଟେଇ ବିଶିଷ୍ଟ କଠିନ ବର୍ଜ୍ୟବସ୍ତୁକୁ ଏହି ଅତ୍ୟାଧୁନିକ ମେସିନ୍ ଉଠାଇ ନେଇପାରୁଛି । ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟୁଷ ଓ ଜାଗୃତି ଭଳି ଏଜେନ୍ସି ଜରିଆରେ ଦୁଇଟି ମେସିନ୍ ରାଜଧାନୀର ଚନ୍ଦ୍ରଶେଖରପୁର ଏବଂ ସ୍ମାର୍ଟ ଜନପଥରେ କାର୍ଯ୍ୟ ଆରମ୍ଭ କରିଛି ।
ସ୍ମାର୍ଟ ଜନପଥରେ ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର ଓ କମିସନର ବିଜୟ ଅମୃତା କୁଲାଙ୍ଗେ ଏହାକୁ ଉଦ୍ଘାଟନ କରିବା ପରେ ପରୀକ୍ଷାମୂଳକ ବ୍ୟବହାର ଆରମ୍ଭ ହୋଇଛି ।