Home >
ବିହାର ନିର୍ବାଚନ: ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ରାଜୀବ ପ୍ରତାପ-ଶାହନୱାଜ ସାମିଲ
Khabar Odisha:Politics-Bihar-assembly-election-2020-party-contains-names-of-Shahnawaz-Hussain-and-Rajiv-Pratap-Rudy

ନୂଆଦିଲ୍ଲୀ, ଅକ୍ଟୋବର ୧୮ (ଖବର ଓଡ଼ିଶା): ଭାରତୀୟ ଜନତା ପାର୍ଟି ଶନିବାର ବିହାର ବିଧାନସଭା ନିର୍ବାଚନ ୨୦୨୦ ଲାଗି ନିଜର ଷ୍ଟାର ପ୍ରଚାରକ ସଦ୍ୟତମ ତାଲିକା ଜାରି କରିଛି । ଏହି ତାଲିକାରେ ବିହାରର ସାରଣରୁ ସାଂସଦ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜୀବ ପ୍ରତାପ ରୁଡି, ବରିଷ୍ଠ ନେତା ଶାହନୱାଜ ହୁସେନଙ୍କ ନାମ ସାମିଲ କରିଛି । ଏହା ପୂର୍ବରୁ ତାଲିକାରେ ଏହି ୨ ନେତାଙ୍କ ନାମ ନଥିଲା । 

ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ଅନୁସାରେ ବିଜେପି ୩୦ ଷ୍ଟାର ପ୍ରଚାରକ ତାଲିକାର ଶୀର୍ଷରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦ୍ୱିତୀୟ ସ୍ଥାନରେ ଦଳୀୟ ଅଧ୍ୟକ୍ଷ ଜେପି ନଡ୍ଡା । ତୃତୀୟ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଓ ଚତୁର୍ଥ ସ୍ଥାନରେ ଗୃହମନ୍ତ୍ରୀ ଅମିତ ଶାହା । ତାଲିକାରେ ନିତିନ ଗଡ଼କରୀ ୫ମ ସ୍ଥାନରେ ଥିବା ବେଳେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ, ଦିଲ୍ଲୀର ସାଂସଦ ମନୋଜ ତିୱାରୀ, କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ, ପୂର୍ବତନ ମନ୍ତ୍ରୀ ରାଧାମୋହନ ସିଂହ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ (ରାଷ୍ଟ୍ର) ଅଶ୍ୱିନୀ କୁମାର ଚୌବେ ପ୍ରମୁଖ ଅଛନ୍ତି । 

  

 

  • Tags:

Subscribe

National International State Sports Entertainment