Home >
ମୁହଁ ଖୋଲିଲେ ବିବାଦ ! ମେକ ଇନ ଇଣ୍ଡିଆରୁ ରେପ ଇନ ଇଣ୍ଡିଆ ଦିଗରେ ବଢୁଛି ଭାରତ-ଅଧୀର ରଞ୍ଜନ
Khabar Odisha:National-news-From-Make-In-India-India-Is-Slowly-Heading-Towards-Rape-In-India
ନୂଆଦିଲ୍ଲୀ, ଡିସେମ୍ବର ୧୦ (ଖବର ଓଡ଼ିଶା):

ଲୋକସଭାରେ କଂଗ୍ରେସ ସଂସଦୀୟ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି । ମହିଳାଙ୍କ ସହ ହେଉଥିବା ଅପରାଧ ବିରୋଧରେ ସରକାରଙ୍କୁ ଘେରି ଭାରତ “ମେକ ଇନ ଇଣ୍ଡିଆ”ରୁ “ରେପ ଇନ ଇଣ୍ଡିଆ” ଦିଗରେ ଆଗକୁ ବଢୁଛି ବୋଲି କହିଛନ୍ତି । ଏହା ପୂର୍ବରୁ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭାରତକୁ ଦୁନିଆର ରେପ କ୍ୟାପିଟାଲ କହିଥିଲେ । 

ଅଧୀର ରଞ୍ଜନ ଚୌଧୁରୀ ପ୍ରାୟତଃ ନିଜର ବିବାଦୀୟ ବୟାନ କାରଣରୁ ଚର୍ଚ୍ଚାରେ ରହି ଆସୁଛନ୍ତି । ନିକଟରେ ସେ ସଂସଦରେ ଏକ ଚର୍ଚ୍ଚା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ନିର୍ବଳା କହିଥିଲେ, ଯାହା ଉପରେ ଅନେକ ବିବାଦ ସୃଷ୍ଟି ହୋଇଥିଲା । ପରେ ସେ ଏହାକୁ ନେଇ ସଂସଦରେ କ୍ଷମା ମାଗିଥିଲେ । 

ଅଧୀର ରଞ୍ଜନ କହିଛନ୍ତି, ହିନ୍ଦୁସ୍ତାନରେ କଠୁଆରୁ ଉନ୍ନାଓ ପର୍ଯ୍ୟନ୍ତ ପ୍ରତିଦିନ ଏକ ଗଣ ବଳାତ୍କାରର ଘଟଣା ଏବଂ ପୀଡିତାଙ୍କୁ ଜାଳିବା ଘଟଣା ଘଟୁଛି । ପ୍ରତିଦିନ 106ଟି ବଳାତ୍କାରର ଘଟଣା ଘଟୁଛି । 10ଟିରୁ 4ଟିରେ ନାବାଳିକା ସହ ହୋଇଥାଏ । 4 ଘଟଣାରୁ କେବଳ 1ରେ ଦଣ୍ଡ ମିଳୁଛି । 

ସେ କହିଛନ୍ତି, ଦୁର୍ଭାଗ୍ୟପୂର୍ଣ୍ଣ ଯେ ପ୍ରଧାନମନ୍ତ୍ରୀ ପ୍ରତିଟି ପ୍ରସଙ୍ଗ ଉପରେ କହୁଛନ୍ତି, କିନ୍ତୁ ଏହି ପ୍ରସଙ୍ଗ (ମହିଳାଙ୍କ ସହ ଅପରାଧ)ରେ ଚୁପ ରହିଛନ୍ତି । ଭାରତ ଧିରେ ଧିରେ ମେକ ଇନ ଇଣ୍ଡିଆରୁ ରେପ ଇନ ଇଣ୍ଡିଆ ଦିଗରେ ଆଗକୁ ବଢୁଛି । 

ଅଧୀର ରଞ୍ଜନ ଅଧିକାଂଶ ସମୟରେ ନିଜର ବିବଦୀୟ ବୟାନକୁ ନେଇ ବିବାଦରେ ରହିଥାନ୍ତି । ନିକଟରେ ସେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ନିର୍ବଳା କହିଥିବା ବେଳେ ଏନଆରସି ପ୍ରସଙ୍ଗରେ ସରକାରକୁ ଘେରିବାକୁ ଚେଷ୍ଟା କରି ପିଏମ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଅନୁପ୍ରବେଶକାରୀ ଦର୍ଶାଇଥିଲେ । ଏହା ପୂର୍ବରୁ ଧାରା 370କୁ ଉଚ୍ଛେଦ କରିବା ପରେ ସଂସଦରେ ସେ କଶ୍ମୀରକୁ ଅନ୍ତରାଷ୍ଟ୍ରୀୟ ପ୍ରସଙ୍ଗ କହିଥିଲେ । ଏହି ବୟାନ ଉପରେ ସେ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀର ଅସନ୍ତୋଷର ଶିକାର ହୋଇଥିଲେ । 

Subscribe

National International State Sports Entertainment