Home >
ରକ୍ଷାବନ୍ଧନ ଆଜି: ୨୦୦ ବର୍ଷ ପରେ ଆସିଛି ଦୁର୍ଲଭ ସଂଯୋଗ, ଜାଣନ୍ତୁ ଶୁଭ ମୁହୂର୍ତ୍ତ
Khabar Odisha:Nation-Raksha-bandhan-2022-auspicious-coincidence-after-200-years-shubh-muhurt

ନୂଆଦିଲ୍ଲୀ, ଅଗଷ୍ଟ ୧୧ (ଖବର ଓଡ଼ିଶା): ଆଜି ପବିତ୍ର ରକ୍ଷାବନ୍ଧନ । ଭାଇ-ଭଉଣୀଙ୍କ ପାଇଁ ଏକ ଅପୂର୍ବ ଦିନ । ଭାରତରେ ଏହି ପର୍ବକୁ ହିନ୍ଦୁଧର୍ମାବଳମ୍ବୀମାନେ ଗୁରୁତ୍ୱର ସହିତ ପାଳନ କରିଥାନ୍ତି । ଧର୍ମଶାସ୍ତ୍ର ଅନୁସାରେ ରକ୍ଷାବନ୍ଧନର ପର୍ବ ଶ୍ରାବଣ ପୂର୍ଣ୍ଣିମା ଦିନ ଆୟୋଜିତ ହୋଇଥାଏ । ଏହି ଦିନରେ ଭଉଣୀମାନେ ଭାଇଙ୍କ ଶୁଭକାମନା କରି ରକ୍ଷା ସୂତ୍ର ବାନ୍ଧିଥାନ୍ତି ଏବଂ ତାଙ୍କର ମଙ୍ଗଳମୟ ଜୀବନ ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିଥାନ୍ତି । ଏହା ପରେ ଭାଇ ମଧ୍ୟ ଭଉଣୀର ରକ୍ଷା ପାଇଁ କଥା ଦେଇଥାନ୍ତି ଏବଂ କିଛି ଉପହାର ମଧ୍ୟ ଦେଇଥାନ୍ତି । ଜ୍ୟୋତିଷବିଦ୍‌ଙ୍କ କହିବା ଅନୁସାରେ ରକ୍ଷାବନ୍ଧନ ଏଥର ୨୦୦ ବର୍ଷ ପରେ ଏକ ଦୁର୍ଲଭ ସଂଯୋଗ ନେଇ ଆସିଛି । 

ଜ୍ୟୋତିଷବିଦ୍‌ଙ୍କ କହିବା ଅନୁସାରେ ଏଥର ଗୁରୁଦେବ ବୃହସ୍ପତି ଓ ଗ୍ରହଙ୍କ ସେନାପତି ଶନି ୱକ୍ରି ଅବସ୍ଥାରେ ନିଜ ନିଜ ରାଶିରେ ବିରାଜମାନ କରିବେ । ଗ୍ରହମାନଙ୍କର ଏଭଳି ଅଦ୍ଭୂତ ସଂଯୋଗ ପାଖାପାଖି ୨୦୦ ବର୍ଷ ପରେ ଅବସ୍ଥାନ ହେଉଛି । ଚଳିତ ବର୍ଷ ରକ୍ଷାବନ୍ଧନରେ ଶଙ୍ଖ, ହଂସ ଓ ସତ୍କୀର୍ତି ନାମରେ ସଂଯୋଗ ଆସିଛି । ଏହି କାରଣରୁ ରକ୍ଷାବନ୍ଧନ ପର୍ବ ଗୁରୁତ୍ୱ ବଢ଼ିଯାଇଛି । ରକ୍ଷାବନ୍ଧନ ଦିନ ଅଭିଜୀତ ମୁହୂର୍ତ୍ତ ବିଜୟ ମୁହୂର୍ତ୍ତ ଓ ଅମୃତ କାଳ, ପ୍ରଦୋଷ କାଳ ଭଳି ଶୁଭ ସମୟ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ରକ୍ଷାବନ୍ଧନ ପର୍ବ ପାଳନ କରାଯାଇପାରିବ । କିଛି ଲୋକ ଅଗଷ୍ଟ ୧୨ରେ ରକ୍ଷାବନ୍ଧନ ପର୍ବ ପାଳନ କରିବାକୁ ଚିନ୍ତା କରୁଛନ୍ତି । ଏଭଳି ଲୋକେ ଅଗଷ୍ଟ ୧୨ରେ ପୂର୍ବାହ୍ନ ୭ଟା ୬ ମିନିଟ ପର୍ଯ୍ୟନ୍ତ ରକ୍ଷାବନ୍ଧନ ପାଳନ କରିପାରିବେ । ଏହା ପରେ ପୂର୍ଣ୍ଣିମା ତିଥି ଶେଷ ହୋଇଯିବ । 

ରକ୍ଷାବନ୍ଧନର ଶୁଭ ମୁହୂର୍ତ୍ତ

-ଅଭିଜୀତ ମୁହୂର୍ତ୍ତଁ ଅପରାହ୍ନ ୧୨ଟାରୁ ୧୨ଟା ୫୩ ମିନିଟ

-ବିଜୟ ମୁହୂର୍ତ୍ତ: ଅପରାହ୍ନ ୨ଟା ୩୯ ମିନିଟରୁ ୩ଟା ୩୨ ମିନିଟ

-ଅମୃତ କାଳ: ସନ୍ଧ୍ୟା ୬ଟା ୫୫ ମିନିଟରୁ ୮ଟା ୨୦ ମିନିଟ

 

  • Tags:

Subscribe

National International State Sports Entertainment