Home >
କରେନା ଭାଇରସ: ପ୍ରତି ମିନିଟରେ ବ୍ୟାପୁଛି ସଂକ୍ରମଣ, ୨୪ ଘଣ୍ଟାରେ ୧୪୩ ମୃତ
Khabar Odisha:Nation-Coronavirus-China-new-death-toll-Wuhan-Hubei-province-143-dead-on-Friday

ନୂଆଦିଲ୍ଲୀ, ଫେବୃଆରୀ ୧୫ (ଖବର ଓଡ଼ିଶା): ଚୀନରେ କରୋନା ଭାଇରସ ପ୍ରତି ମିନିଟରେ ବ୍ୟାପୁଛି । ଏହି ରୋଗରେ ମୃତକଙ୍କ ସଂଖ୍ୟା ୧୫୨୩ରେ ପହଞ୍ଚିଛି । କେବଳ ଶୁକ୍ରବାର ଦିନ କରୋନା ଭାଇରସରେ ୧୪୩ ଜଣଙ୍କ ମୃତ୍ୟୁ ହୋଇଛି । କରୋନା ଭାଇରସର କେନ୍ଦ୍ରସ୍ଥଳ ପାଲଟିଥିବା ହୁବେଇ ରାଜ୍ୟରେ ଏହି ସଂକ୍ରମଣ ୨୪୨୦ ଜଣଙ୍କ ଠାରେ ଦେଖିବାକୁ ମିଳିଛି । ଚୀନର ନ୍ୟାସନାଲ ହେଲଥ କମିଶନର ଅଧିକାରୀମାନେ କହିଛନ୍ତି, ଶୁକ୍ରବାର ହୁବେଇ ରାଜ୍ୟରେ ଏହି ରୋଗରେ ୧୩୯ ଜଣଙ୍କର ମୃତ୍ୟୁ ହୋଇଛି । ଚୀନରେ ଏବେ କରୋନା ଭାଇରସ ଯୋଗୁଁ ୬୫ ହଜାର ୫୩୫ ଜଣ ଲୋକ ଅସୁସ୍ଥ ଅଛନ୍ତି । 

ରାଜଧାନୀ ବେଜିଂରେ ଜଣେ ଲୋକର ମୃତ୍ୟୁ ହୋଇଛି । ସେହିଭଳି ଚେଙ୍ଗଚିଙ୍ଗରେ ମଧ୍ୟ ଜଣେ ଲୋକ ଜୀବନ ହାରିଛନ୍ତି । ଏହି ଭଳି ଭାବେ ଶୁକ୍ରବାର ୧୪୩ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସରେ ମୋଟ ଏଯାଏଁ ୧୪୩ ଜଣ ଲୋକ  ଜୀବନ ହାରିଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । 

ଚୀନର ଉହାନରେ ନବନିର୍ମିତ ହସ୍ପିଟାଲରେ ଭର୍ତ୍ତି ନୋବେଲ କରୋନା ଭାଇରସ ନିମୋନିଆର ରୋଗୀଙ୍କ ସଂଖ୍ୟା ଏକ ହଜାରରୁ ଅଧିକ ହୋଇଛି । କରୋନା ଭାଇରସ ଆରମ୍ଭ ହେବା ମାତ୍ରେ ଯୁଦ୍ଧକାଳୀନ ଭିତ୍ତିରେ ଏହି ଡାକ୍ତରଖାନା ନିର୍ମାଣ କରାଯାଇଥିଲା । ଫେବୃଆରୀ ୧୩ ଅପରାହ୍ନ ପରେ ପ୍ରଥମ ଦଫାରେ ୭ ଜଣ ରୋଗୀ ଏହି ଡାକ୍ତରଖାନାରୁ ସୁସ୍ଥ ହୋଇ ଫେରି ଯାଇଥିଲେ । ଏଥିରେ ଜଣେ ୬୬ ବର୍ଷ ବୟସର ବରିଷ୍ଠ ନାଗରିକ ଓ ଜଣେ ୩୩ ବର୍ଷର ଯୁବକ ସାମିଲ ଥିଲେ । 

 

  • Tags:

Subscribe

National International State Sports Entertainment