ପ୍ରକାଶ ପାଇଲା ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା, ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ହେଉଛନ୍ତି ସବୁଠୁ ଧନୀ ମନ୍ତ୍ରୀ ଭୁବନେଶ୍ୱର,ସେପ୍ଟେମ୍ବର ୨୩(ଖବର ଓଡିଶା): Share story: ପ୍ରକାଶ ପାଇଲା ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା । ୨ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି। ୨୦୨୧ ମସିହା ପାଇଁ ସମସ୍ତ ମନ୍ତ୍ରୀଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତି ତାଲିକା ୱେବସାଇଟରେ ଉପଲବ୍ଧ କରାଯାଇଛି। ତେବେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହେଉଛନ୍ତି ସବୁଠୁ ଧନୀ ମନ୍ତ୍ରୀ । ନବ ଦାସଙ୍କ ପାଖରେ ୬୫ଟି ଗାଡ଼ି ରହିଛି। ୨୦୨୧ ମସିହା ଡିସେମ୍ବର ୩୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ମୋଟ୍ ସମ୍ପତ୍ତିର ପରିମାଣ ୬୪ କୋଟି ୯୭ ଲକ୍ଷ ୮୯ ହଜାର ୨୨୦ ଟଙ୍କା ବୋଲି ତାଲିକାରେ ଦର୍ଶାଯାଇଛି। ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ୭୨ ଲକ୍ଷ ଟଙ୍କା ଥିବା ଦର୍ଶାଇଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ଭୁବନେଶ୍ୱର ସ୍ଥିତ SBIରେ ୨୧ ଲକ୍ଷ ୭୧ ହଜାର ଟଙ୍କା, ହିଞ୍ଜିଳିକାଟୁ କଲେଜ୍ କ୍ୟାମ୍ପସ SBIରେ ୭ ହଜାର ୭୪ ଟଙ୍କା ଓ ହିଞ୍ଜିଳିକାଟୁ କଲେଜ୍ କ୍ୟାମ୍ପସର ଅନ୍ୟଏକ ଆକାଉଣ୍ଟରେ ୧୪ ହଜାର ୪୮୮ ଟଙ୍କା ଥିବା ନବୀନ ଦର୍ଶାଇଛନ୍ତି। ସେପଟେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ନିଜ ସମ୍ପତ୍ତି ତାଲିକାରେ ଦର୍ଶାଇଛନ୍ତି। ତାଙ୍କ ପତ୍ନୀଙ୍କ ନାଁରେ ରହିଛି ୬୫ଟି ଗାଡ଼ି। ସମସ୍ତ ଗାଡ଼ି କମର୍ସିଆଲ୍ ବୋଲି ଦର୍ଶାଯାଇଛି। ତେବେ ଏହି ଗାଡ଼ି ମଧ୍ୟରୁ କେବଳ ୨୦୨୧ରେ ୧୮ଟି ଗାଡ଼ି କିଣାଯାଇଛି। ଗ୍ରାମଉନ୍ନୟନ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ, ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ନାଁରେ କୌଣସି ଚାରି ଚକିଆ ଗାଡ଼ି ନଥିବା ଦର୍ଶାଯାଇଛି। ଖବର ଓଡ଼ିଶା, Reporter, 22/09/2022