ବନ୍ଧୁକ ଦେଖାଇ ଲୁଟ୍: ପେଟ୍ରୋଲ ପମ୍ଫରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା, ସିସିଟିଭି କଏଦ ହେଲା ଦୃଶ୍ୟ ଖୋର୍ଦ୍ଧା, ଜାନୁଆରୀ ୧୯(ଖବର ଓଡିଶା): Share story: ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟ୍ । ଖୋର୍ଦ୍ଧା ଜଙ୍କିଆ ନିକଟ ଛଣଗିରି ପେଟ୍ରୋଲ ପମ୍ପରୁ ବିଳମ୍ବିତ ରାତିରେ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ୩ ଜଣ ଦୁର୍ବୃତ ପଲସର ବାଇକ ଯୋଗେ ଆସି ଲୁଟ କରିଛନ୍ତି । ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ବନ୍ଧୁକ ଦେଖାଇ ଦୁର୍ବୃତମାନେ ୨ ଲକ୍ଷ ଟଙ୍କା ଲୁଟ କରିଥିବା ବେଳେ ସୂଚନା ମିଳିଛି । ପୋଲିସ ସିସିଟିଭି ଦୃଶ୍ୟକୁ ଆଧାର କରି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ଗତକାଲି ରାତିରେ ପେଟ୍ରୋଲ ପମ୍ପ କର୍ମଚାରୀ ଟଙ୍କା ହିସା କରୁଥିବା ବେଳେ ୩ ଜଣ ଦୁର୍ବୃତ ବାଇକରେ ଆସି କର୍ମଚାରୀ ମ୍ୟାନେଜରଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଯାଇଥିଲେ । ଏହାପରେ ତାଙ୍କ ଠାରୁ ଟଙ୍କା ଭର୍ତ୍ତି ବ୍ୟାଗକୁ ଛଡାଇ ନେଇଥିଲେ । ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ତେବେ ଦୁର୍ବୃତ୍ତଙ୍କ ମୁହଁରେ ମାସ୍କ, ମୁଣ୍ଡରେ ମଫୁଲର ପିନ୍ଧିଥିବାରୁ ଚିହ୍ନିବା ମୁସ୍କିଲ ହୋଇଛି । ସେପଟେ ପେଟ୍ରୋଲ ପମ୍ପ ମାଲିକ ଜଙ୍କିଆ ଥାନାରେ ଅଭିଯୋଗ କରିଛନ୍ତି । ପରେ ପୋଲିସ ଘଟଣାର ଛାନଭିନ୍ ଜାରି ରଖିଛି । ଖବର ଓଡ଼ିଶା, Reporter, 19/01/2022