Home >
ଖଣ୍ଡପଡା ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ କରୋନା
Khabar Odisha:Khandapada-BJD-MLA-Soumya-Ranjan-Patnaik-tests-positive-for-COVID19
ଭୁବନେଶ୍ୱର, ଅଗଷ୍ଟ ୧୧ (ଖବର ଓଡ଼ିଶା):

ଣ୍ଡପଡା ବିଜେଡି ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏ ସମ୍ପର୍କରେ ସେ ନିଜ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ କରି ସୂଚନା ଦେଇଛନ୍ତି । ତାଙ୍କ ସ୍ୱାବ ନମୁନା ରିପୋର୍ଟ ପଜିଟିଭ ଆସିଛି। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ମୁଁ ଆଜି କରୋନା ପଜିଟିଭ ଥିବା ଜଣାପଡିଛି । ତାଥାପି ମୁଁ ସୁସ୍ଥ ଅଛି ବୋଲି ସେ କହିଛନ୍ତି । ଗତ ସପ୍ତାହ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଥିଲେ ସେମାନଙ୍କୁ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ସୌମ୍ୟ ରଂଜନ ଅନୁରୋଧ କରିଛନ୍ତି ।

ତେବେ ସେ କିଭଳି କରୋନାରେ ସଂକ୍ରମିତ ହେଲେ ସେ ସମ୍ପର୍କରେ କିଛି ଜଣାପଡିନି ।

  • Tags:

Subscribe

National International State Sports Entertainment