ନୂଆଦିଲ୍ଲୀ: ଦୁଇ କିମ୍ବଦନ୍ତୀ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ସମ୍ମାନ ଜଣାଇଲା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)। ଏହି ଦୁଇ ଲିଜେଣ୍ଡ କ୍ରିକେଟର ଗତ କିଛି ଦିନ ତଳେ ଟେଷ୍ଟରୁ ଅବସର ନେଇଥିଲେ । ଉଭୟଙ୍କ ଟେଷ୍ଟ କ୍ରିକେଟ କ୍ୟାରିଅରର କୀର୍ତ୍ତିମାନକୁ ସମ୍ମାନ ଜଣାଇ ଆଇସିସି ନିଜ ଏକ୍ସ ଆକାଉଣ୍ଟର ୱାଲପେପର ପରିବର୍ତ୍ତନ କରିଛି। ଫଟୋଟିରେ ରୋହିତ ଏବଂ ବିରାଟ ଧଳା ପୋଷାକରେ ମ୍ୟାଚ ପରିଚାଳିତ କରୁଥିବାର ନଜର ଆସିଛନ୍ତି । ଏହି ଫଟୋକୁ ଆଜି ଆଇସିସି ନିଜ ଏକ୍ସ ଆକାଉଣ୍ଟର ୱାଲପେପରରେ ସ୍ଥାନ ଦେଇଛି ।