ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି । ଏଥିରେ ସେ ଦେଶରେ ୭ ନୂଆ ହାଇସ୍ପିଡ ରେଲ୍ କରିଡର ନିର୍ମାଣ କରିବାର ବଡ ଘୋଷଣା କରିଛନ୍ତି । ଏହି କରିଡର ଭାରତରେ ପ୍ରମୁଖ ସହରଗୁଡିକୁ ଦ୍ରୁତ ଏବଂ ଉନ୍ନତ ଢଙ୍ଗରେ ସଂଯୋଗ କରିବ । ଏଥିରେ ଯାତାୟତ ସମୟ ବହୁତ କମ ହୋଇଯିବ ଏବଂ ଅର୍ଥବ୍ୟବସ୍ଥାକୁ ମଜବୁତି ମିଳିବ ।
ଅର୍ଥମନ୍ତ୍ରୀ ଏହି ହାଇ-ସ୍ପିଡ ରେଲ୍ ମାର୍ଗକୁ ଦେଶର ବିକାଶକୁ ଆହୁରି ଉଚ୍ଚକୁ ନେବ ବୋଲି କହିଛନ୍ତି । ଦେଶରେ ପ୍ରମୁଖ ସହରଗୁଡିକ ମଧ୍ୟରେ ଗମନାଗମନ ଉନ୍ନତ ହେବ । ଏହା ପରିବେଶ ଅନୁକୂଳ ହେବ ଏବଂ ଲମ୍ବା ଦୂରତା ଯାତ୍ରା ଅଳ୍ପ ସମୟରେ ସୁରକ୍ଷିତ ଭାବେ ରହିବ ।
ଏ ହେଉଛି ୭ ନୂଆ ହାଇସ୍ପସ୍ପୁଡ ରେଲ୍ କରିଡର
ମୁମ୍ବାଇ-ପୁଣେ- ମହାରାଷ୍ଟ୍ରର ଏହି ଦୁଇ ସହର ମଧ୍ୟରେ ଯାତ୍ରା ଅଳ୍ପ ସମୟରେ ହେବ ।
ପୁଣେ-ହାଇଦ୍ରାବାଦ- ମହାରାଷ୍ଟ୍ର ଓ ତେଲଙ୍ଗାନାକୁ ଯୋଡିବ
ହାଇଦ୍ରାବାଦ-ଚେନ୍ନାଇ- ଦକ୍ଷିଣ ଭାରତର ପ୍ରମୁଖ ସହରକୁ ସଂଯୋଗ କରିବ
ହାଇଦ୍ରାବାଦ-ବେଙ୍ଗାଲୁରୁ- ଆଇଟି ହବ ବେଙ୍ଗାଲୁରୁ ଓ ହାଇଦ୍ରାବାଦ ମଧ୍ୟରେ ଦ୍ରୁତ ଯୋଗାଯୋଗ ହେବ
ଚେନ୍ନାଇ-ବେଙ୍ଗାଲୁରୁ- ତାମିଲନାଡୁ ଓ କର୍ଣ୍ଣାଟକ ମଧ୍ୟରେ ହାଇସ୍ପିଡ ଲିଙ୍କ ସ୍ଥାପନ ହେବ
ଦିଲ୍ଲୀ-ବାରାଣସୀ- ରାଜଧାନୀ ଦିଲ୍ଲୀକୁ ଉତ୍ତର ପ୍ରଦେଶର ପବିତ୍ର ସହର ବାରାଣସୀ ସହ ଯୋଡିବ । ଏଥିରେ ପର୍ଯ୍ୟଟନ ଓ କାରବାର ବୃଦ୍ଧି ଘଟିବ ।
ବାରାଣସୀ-ସିଲିଗୁଡି- ପୂର୍ବ ଭାରତକୁ ମଜବୁତ କନେକ୍ଟିଭିଟି ପ୍ରଦାନ କରିବ । ବିଶେଷ କରି ପଶ୍ଚିମବଙ୍ଗ ଓ ପୂର୍ବୋତ୍ତର ରାଜ୍ୟଗୁଡିକ ପାଇଁ ଗମନାଗମନ ଆହୁରି ସୁଗମ ହେବ ।
ଅର୍ଥମନ୍ତ୍ରୀ କହିଛନ୍ତି, ହାଇସ୍ପିଡ ରେଲ କରିଡରର ଘୋଷଣା ବଜେଟରେ ଆନୁସଙ୍ଗିକ ଢାଞ୍ଚା ଉପରେ ଗୁରୁତ୍ୱ ଦେବ । ସରକାରଙ୍କ ଲକ୍ଷ୍ୟ ଦେଶରେ ଦ୍ରୁତ ରେଲ ନେଟୱର୍କ ବଢାଯାଇ ଲୋକଙ୍କ ଯାତ୍ରା ସୁଗମ କରିବା କାରବାର ବୃଦ୍ଧି ହେଉ ଏବଂ ରୋଜଗାରର ସୁଯୋଗ ବଢୁ । ସଂପ୍ରତି ମୁମ୍ବାଇ-ଅହମ୍ମଦାବାଦ ହାଇସ୍ପିଡ ରେଲ(ବୁଲେଟ୍ ଟ୍ରେନ) ପ୍ରକଳ୍ପ ଉପରେ କାମ ଚାଲିଛି । ଏହି ସାତ ନୂଆ କରିଡର ଭାରତର ରେଲ ନେଟୱର୍କକୁ ଆହୁରି ଆଧୁନିକ କରିବ ।
ଏହି ପ୍ରଜେକ୍ଟ ଦେଶକୁ ଦ୍ରୁତ ବିକାଶ ଦିଗରେ ଆଗେଇ ନେବ । ଏଥିରେ ସହରଗୁଡିକ ମଧ୍ୟରେ ଯୋଗାଯୋଗ ବଢିବ ଏବଂ ଲୋକଙ୍କ ଜୀବନ ଉନ୍ନତ ହେବ । ଏହି ପଦକ୍ଷେପ ଆତ୍ମନିର୍ଭର ଭାରତ ଓ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ଦିଗରେ ଏକ ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ।