ନୂଆଦିଲ୍ଲୀ: ଇଂଲଣ୍ଡ କ୍ରିକେଟ୍ ବୋର୍ଡ(ଇସିବି) ଓ ଦଳ ପ୍ରବନ୍ଧକ ମିଶି ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପାଇଁ ବଡ ନିଷ୍ପତ୍ତି ନେଇଛନ୍ତି । ଜୁଲାଇ ୨ ତାରିଖ ବୁଧବାର ଏଜବାଷ୍ଟନରେ ଭାରତ ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ଖେଳିବ ଇଂଲଣ୍ଡ । ଏହି ମ୍ୟାଚ୍ ପାଇଁ ଇଂଲଣ୍ଡ ଦଳ ଘୋଷଣା କରିଛି । କ୍ରିକେଟ୍ ପ୍ରଶଂସକ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦ୍ୱିତୀୟ ଟେଷ୍ଟ ପାଇଁ ଇଂଲଣ୍ଡ ଦଳରେ କୌଣସି ପରିବର୍ତ୍ତନ ଘଟିନି । ଫଳରେ ଯୋଫ୍ରା ଆର୍ଚରଙ୍କୁ ବର୍ତ୍ତମାନ ବେଞ୍ଚରେ ବସିବାକୁ ପଡିବ ।
ଲଗାତାର ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡ ପକ୍ଷରୁ ଦୁଇ ଦିନ ପୂର୍ବରୁ ଚୂଡାନ୍ତ ଏକାଦଶ ଘୋଷଣା କରାଯାଇଛି । ଲିଡ୍ସରେ ପ୍ରଥମ ବିଜୟ ପରେ ଆତ୍ମ ବିଶ୍ୱାସରେ ଭରପୂର ଇଂଲଣ୍ଡ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି । ଦଳ ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ୩୭୧ ରନର ବିଜୟ ଲକ୍ଷ୍ୟ ପିଛା କରି ବିଜୟ ଲାଭ କରିଛି । ତେଣୁ ଦଳ ଦ୍ୱିତୀୟ ଟେଷ୍ଟରେ କୌଣସି ପରିବର୍ତ୍ତନ କରିନି । ଆଶା କରାଯାଉଥିଲା ଦ୍ୱିତୀୟ ଟେଷ୍ଟରେ ନିଜର ବୋଲିଂ ଆକ୍ରମଣ ଆହୁରି ଦୃଢ କରିବା ପାଇଁ ଇଂଲଣ୍ଡ ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ କରି ଜୋଫ୍ରା ଆର୍ଚରଙ୍କୁ ଦଳରେ ସାମିଲ କରିବ ।
ଏମିତିରେ ବି ଆର୍ଚର ସୋମବାର ଫ୍ୟାମିଲି ଏମରଜେନ୍ସି କାରଣରୁ ଇଂଲଣ୍ଡ ଦଳରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଯଦି କୌଣସି ଖେଳାଳି ଆହତ ହୁଏ ତେବେ ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ କରିପାରେ ଇସିବ । ଏମିତି ସ୍ଥିତିରେ ଦଳ ଜୋଫ୍ରା ଆର୍ଚରଙ୍କୁ ଦଳରେ ସାମିଲ କରିବାକୁ ଉଚିତ୍ ମଣିନି । ଦଳ ବିଜୟ ଏକାଦଶ ଯିବାକୁ ଉଚିତ୍ ମନେ କରିଛି ।
ଭାରତ ବିପକ୍ଷ ୨ୟ ଟେଷ୍ଟ ପାଇଁ ଇଂଲଣ୍ଡର ଚୂଡାନ୍ତ ଏକାଦଶ
ଜ୍ୟାକ କ୍ରାଉଲି, ବେନ ଡକେଟ୍, ଓଲି ପପ୍, ଜୋ ରୁଟ, ହ୍ୟାରି ବ୍ରୁକ, ବେନ ଷ୍ଟୋକ୍ସ(ଅଧିନାୟକ), ଜେମି ସ୍ମିଥ(ୱିକେଟ୍ କିପର), କ୍ରିସ ୱକ୍ସ, ବ୍ରାଇଡନ କାର୍ସ, ଜୋଶ ଟଙ୍ଗ ଓ ଶୋଏବ ବସିର ।