Home >
କୋର୍ଟରେ ହାଜର ହେଲେ କମେଡ଼ିଆନ୍ ଭାରତି ସିଂ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆ
Khabar Odisha:Comedian-Bharati-Singh-and-her-husband-Harsh-Limbachia-appeared-in-court
ମୁମ୍ବାଇ,ନଭେମ୍ବର 21 (ଖବର ଓଡ଼ିଶା):

କମେଡ଼ିଆନ୍ ଭାରତି ଏବଂ ହର୍ଷଙ୍କ ଘରେ ଶନିବାର ଏନସିବି ଚଢଉ କରି ତାଙ୍କ ଘରୁ ଗଂଜେଇ ଜବତ କରିଥିଲା । ତେବେ ଏହି ମାମଲାରେ ଦୁଇଜଣଙ୍କୁ ଗିରଫ କରିଛି ଏନସିବି । ମୁମ୍ବାଇ କିଲ୍ଲା କୋର୍ଟରେ ତାଙ୍କୁ ହାଜର କରାଯାଇଛି । ଭାରତୀ ସିଂଙ୍କ ଓ ତାଙ୍କ ସ୍ୱାମୀ ହର୍ଷଙ୍କର ମେଡ଼ିକାଲ ଯାଂଚ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଛି । ସେମାନେ ଡ୍ରଗ୍ନ ନେଉଥିବା କଥାକୁ ସ୍ୱୀକାର କରିଥିଲେ । 

ଏନସିବି ଅଧିକାରୀଙ୍କ ପଚରା ଉଚରା ବେଳେ ଭାରତି ଏବଂ ହର୍ଷ ଗଂଜେଇ ନେଉଥିବା ନେଇ ସ୍ୱୀକାର କରିଥିଲେ । ଭାରତୀଙ୍କ ଘରୁ ଗଂଜେଇ ମିଳିବା ପରେ ଭାରତୀ ଏବଂ ହର୍ଷଙ୍କୁ ସମନ ପଠାଇଥିଲା ଏନସିବି । ଏହାପରେ ଶନିବାରେ ଭାରତୀଙ୍କୁ ୪ଘଂଟା ଧରି ପଚରା ଉଚରା ପରେ ପୋଲିସ ଗିରଫ କରିଛି । ଭାରତୀଙ୍କ ମା' ତାଙ୍କୁ ଦେଖାକରିବା ପାଇଁ ଏନସିବିରେ ପହଂଚିଥିଲେ ମଧ୍ୟ ତାଙ୍କୁ ଭାରତୀଙ୍କ ସହ ଭେଟିବାକୁ ଦିଆଯାଇନଥିବା ଜଣାପଡ଼ିଛି ।

  • Tags:

Subscribe

National International State Sports Entertainment