Home >
ଆଜି ବାଲେଶ୍ୱରବାସୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ,ଉପକୃତ ହେବେ ୧୯ଲକ୍ଷ ୩୧ହଜାରରୁ ଅଧିକ ହିତାଧିକାରୀ
Khabar Odisha:Chief-Minister-to-distribute-smart-health-cards-to-Baleshwar-residents-today
ବାଲେଶ୍ୱର ,ନଭେମ୍ବର 26(ଖବର ଓଡ଼ିଶା):

ଆଜି ବାଲେଶ୍ୱର ଗସ୍ତରେ ଯାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସ୍ମାର୍ଟ କାର୍ଡ଼ ଦ୍ୱାରା ବାଲେଶ୍ୱର ଜିଲ୍ଲାର ମୋଟ୍ ୧୯ଲକ୍ଷ ୩୧ହଜାରରୁ ଅଧିକ ହିତାଧିକାରୀ ଉପକୃତ ହେବେ ।

ପ୍ରଥମ ପର୍ଯ୍ୟାୟରେ ୫ଲକ୍ଷ ୨୧ହଜାରରୁ ଅଧିକ ହିତାଧିକାରୀଙ୍କୁ ମିଳିବ ସ୍ମାର୍ଟ କାର୍ଡ । ପରେ ଅବଶିଷ୍ଟ କାର୍ଡ ବଣ୍ଟନ କରାଯିବ । ଆଜି ମୁଖ୍ୟମନ୍ତ୍ରୀ ବାଲେଶ୍ୱର ଜିଲ୍ଲା ପାଇଁ ୩୬୬ କୋଟି ଟଙ୍କା ବ୍ୟୟରେ ୭୭ଟି ପ୍ରକଳ୍ପର ଉଦଘାଟନ କରିବେ ।

ଏଥିସହ ୧୧୮୬ କୋଟି ଟଙ୍କାର ୧୦୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବାଲେଶ୍ୱରରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି ।

  • Tags:

Subscribe

National International State Sports Entertainment