Home >
ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ମେ ୨୬ରୁ ଜୁନ୍‌ ୨ ମଧ୍ୟରେ ନାମାଙ୍କନ ଦାଖଲ କରିବେ ଆଶାୟୀ ପ୍ରାର୍ଥୀ
Khabar Odisha:Candidates-for-the-Rajya-Sabha-by-elections-have-been-announced
ନୂଆଦିଲ୍ଲୀ , ମେ 13(ଖେବର ଓଡିଶା):

 ସୁବାସ ସିଂହଙ୍କ ଇସ୍ତଫା ପରେ ଖାଲିପଡ଼ିଥିବା ଆସନ ପାଇଁ ହେବ ଉପନିର୍ବାଚନ । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । କଟକର ମେୟର ନିର୍ବାଚିତ ହେବା ପରେ ସୁବାସ ସିଂହ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ।

ଉପନିର୍ବାଚନରେ ନିର୍ବାଚିତ ସଦସ୍ୟ ୨୦୨୬ ଏପ୍ରିଲ୍ ମାସ ପର‌୍ୟ୍ୟନ୍ତ ସଦସ୍ୟ ରହିବେ ।  ତେଣୁ ଏନେଇ ସଜବାଜ ଆରମ୍ଭ ହୋଇଯାଇଛି । ତେଣୁ ଯାହା ସୁଚନା ମିଳିଛି ଉପନିର୍ବାଚନ ପାଇଁ ମେ ୨୬ରୁ ଜୁନ୍ ୨ ପର‌୍ୟ୍ୟନ୍ତ ନାମାଙ୍କନ ଦାଖଲ କରିବେ ଆଶାୟୀ ପ୍ରାର୍ଥୀ ।

ଜୁନ୍ ୩ରେ ନାମାଙ୍କନ ଯାଞ୍ଚ କରାଯିବ । ୬ ତାରିଖ ମଧ୍ୟରେ ନାମାଙ୍କନ ପ୍ରତ୍ୟାହାର କରି ପାରିବେ ଆଶାୟୀ । ଆବଶ୍ୟକ ହେଲେ ଜୁନ୍ ୧୩ ତାରିଖରେ ଭୋଟ ଗ୍ରହଣ ହେବ ବୋଲି ଏହି ବିଜ୍ଞପ୍ତିରୁ ଜଣାପଡ଼ିଛି ।

  • Tags:

Subscribe

National International State Sports Entertainment